ବେଗୁନିଆ ବାସି ୨୨ ତାରିଖରେ ରାଜରାସ୍ତାକୁ ଓଲ୍ହାଇବେ

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ବିଜୁ ଜନତା ଦଳ ସରକାର ଘୋଷଣା କରିଥିବା ଏନଏସିକୁ ଏବେର ବିଜେପି ସରକାର ବନ୍ଦ କରିଛି ୧୨ଗୋଟି ଏନଏସି ଘୋଷଣା କରିଥିବା ବେଳେ ବେଗୁନିଆ ଏନଏସିର ନାମ ନାହିଁ ଏନଏସି ଦାବିରେ ଅଗଷ୍ଟ ୨୨ତାରିଖରେ( ଶୁକ୍ରବାର )ରାଜରାସ୍ତାକୁ ଓଲ୍ହାଇବେ ବେଗୁନିଆ ବାସି ଏନେଇ ଆଜି ବେଗୁନିଆ ସ୍ଥିତ ଡାକ ବଙ୍ଗଳା ଠାରେ ମାନ୍ୟବର ବିଧ୍ୟାୟକଙ୍କ ଉପସ୍ଥିତିରେ ସରପଞ୍ଚ ବେଗୁନିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି,ବ୍ଲକ ବିଜେଡି ସଭାପତି ବେଗୁନିଆ ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ ଙ୍କ ସହ ବେଗୁନିଆ ଗ୍ରାମପଞ୍ଚାୟତ ସମସ୍ତ ୱାର୍ଡ ମେମ୍ବର, ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସହ ବେଗୁନିଆ ଗ୍ରାମପଞ୍ଚାୟତର ସମସ୍ତ ମୁରବି ଉପସ୍ଥିତ ରହି ଦୃଢ଼ ନିନ୍ଦା କରିବା ସହ ବେଗୁନିଆ ବନ୍ଦ ରହିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବେଗୁନିଆ ବ୍ଲକ ଉନୟନ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ* ।
