September 13, 2026

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ..

IMG-20250819-WA0053
Share

 

ବୋଲଗଡ଼,୧୯/୦୮(ଉପାନ୍ତ ଖବର): ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ଆଦେଶନାମା କ୍ରମାଙ୍କ ୧୫୧୨୬ ଦିନାଙ୍କ ୧୬/୦୮/୨୦୨୫ ଅନୁସାରେ ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ

ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଆଜି ଯୋଗଦାନ କରିଛନ୍ତି। ଏହି ଉପଲକ୍ଷେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପ୍ରଥମେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ°ସ୍ଥାପନ ଅଧିକାରୀ କେ.ଭି.ଲକ୍ଷ୍ମୀ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ମିଶ୍ର, ବରିଷ୍ଠ କିରାଣି ଶେଖ୍ ମୁନୀର, ସମେତ ସମସ୍ତ କର୍ମଚାରୀ ବୃନ୍ଦ ଫୁଲ ତୋଡା ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ।ପରେ ବୋଲଗଡ଼ ପ୍ରାଥମିକ ଶିକ୍ଷକ ସଂଘ ର ଉପଦେଷ୍ଟା ପଦ୍ମଚରଣ ବେହେରା,ବାନାମ୍ବର ଷଡ଼ଙ୍ଗୀ, ବିଜୟ କୁମାର ସାହୁ , ସଭାପତି ମଳୟ କୁମାର ପଣ୍ଡା, ସମ୍ପାଦକ ଅପର୍ତି ଅଟ୍ଟ,ସହ ସମ୍ପାଦକ ସୁକାନ୍ତ କୁମାର ଜେନା,ଉପସଭାନେତ୍ରୀ ଶୈଳବାଳା ସାହୁ, ମୁଖପାତ୍ର ଭିକାରୀ ପୁଷ୍ଟି, ସଙ୍ଗଠନ ସମ୍ପାଦକ ମୁସ୍ଲେହୁତଦ୍ଦିନ ଖାଁ, ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସ୍ୱାଇଁ, ରବିନ୍ଦ୍ର ବେହେରା, ଶିକ୍ଷକ ଶୈଲେନ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସି°ହ, ଦୁର୍ଗା ଚରଣ ସୁବୁଦ୍ଧି, ନନ୍ଦକିଶୋର ନାୟକ,ଧୀରେନ ପାତ୍ର, ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ବୋଲଗଡ଼ ର ସମାଜସେବୀ ତଥା ବରିଷ୍ଠ ଆଇନଜୀବି ବୀର ଦାସ ଏବଂ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି, ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ,ବାମନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପୀତବାସ ଲେଙ୍କା ତଥା ବୋଲଗଡ଼ ବ୍ଳକ ର କ୍ରୀଡା ସଙ୍ଗଠନ ର କର୍ମକର୍ତ୍ତା ପ୍ରମୁଖ ଫୁଲ ତୋଡା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ଉତ୍ସବରେ ଶିକ୍ଷକ ସଂଘ ସମ୍ପାଦକ ଅପର୍ତି ଅଟ୍ଟ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଶିକ୍ଷକ,ଶିକ୍ଷାୟତନ ଓ ଶିକ୍ଷାର୍ଥୀ ମାନଙ୍କର ଉନ୍ନତି ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହଯୋଗ କାମନା କରିଥିଲେ। ସର୍ବଶେଷରେ ବୀର ଦାସ ଧନ୍ୟବାଦ ଅର୍ପଣ କରିଥିଲେ

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।