ସଂଗ୍ରାମର ୪ର୍ଥ ଶ୍ରାଦ୍ଧ ବାର୍ଷିକ ପାଳିତ  ଲୋକଙ୍କ ସେବା କରିବାକୁ ବୟସ କେବେ ବାଧକ ସାଜେନି, କଂଗ୍ରେସରେ ଯୁବ ନେତୃତ୍ବର ଆବଶ୍ୟକତା ରହିଛି 

IMG-20250819-WA0058
Share

 

 

ହାଟଡିହି ତା ୧୯/୦୮(ମନମୋହନ ନାୟକ) : ସେବା ମନୋବୃତି ରଖିଥିବା ଲୋକ ପାଇଁ ବୟସ କେବେ ବାଧକ ସାଜିବନି। ଆଗକୁ ଆଗେଇବାର ସଂକଳ୍ପ ଓ ଏକାଗ୍ରତା ରହିଲେ ସଫଳତାର ଶୀର୍ଷରେ ପହଞ୍ଚି ହେବ ବୋଲି ପୁର୍ବତନ ପିସି ସି ସଭାପତି ଜୟଦେବ ଜେନାଙ୍କ ସୁପୁତ୍ର ସଂଗ୍ରାମ ଜେନାଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଅଜୟ କୁମାର ଲୁଲୁ ମତବ୍ୟକ୍ତ କରିଛନ୍ତି। ସଂଗ୍ରାମ ଜେନା ସ୍ମୃତି ସଂସଦର ସଭାପତି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସଭାପତିତ୍ବରେ କେନ୍ଦୁଝର ଜିଲ୍ଲାର ଶଙ୍ଖଣା ଠାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ସ୍ବର୍ଗତ ସଂଗ୍ରାମ ଜେନା କଂଗେସର ଜଣେ ଆଗଧାଡିର ଯୋଦ୍ଧା ଭାବେ କାର୍ଯ୍ୟକରି ସମଗ୍ର ରାଜ୍ୟର ଯୁବକ ମାନଙ୍କ ହୃଦୟ ଜିଣିପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କଂଗେସରେ ବର୍ତ୍ତମାନ ସଂଗ୍ରାମ ଜେନା ଭଳି ଯୁବ ନେତୃତ୍ବର ଆବଶ୍ୟକତା ଅଛି ବୋଲି କହିଥିଲେ। ସେହିପରି କଂଗେସ ସଂଗଠିତ ହୋଇ ଲଢ଼ିଲେ ଆଗମୀ ଦିନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଓ ଭକ୍ତ ଦାସ ମୂଖ୍ୟମନ୍ତ୍ରୀ ହେବେ ବୋଲି ବଶିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦୃଢୋକ୍ତି ପ୍ରକାଶ କରିଥଲେ। ଏଥିରେ ଅନ୍ଯ ମାନଙ୍କ ମଧ୍ୟରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଧାୟକ ରମେଶ ଜେନା, ବନ୍ୟା ସହାୟତା କମିଟିର ଅଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ସୁଶୀଳା ତିରିଆ, ବିଜୟ ଲକ୍ଷ୍ମୀ ସାହୁ, ସୁଦର୍ଶନ ଦାସ, ଶରତ ରାଉତ, ଶରତ ପଟ୍ଟନାୟକ, ରାଜ୍ଯ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅନନ୍ତ ସେଠୀ, ଅଶୋକ କୁମାର ଦାସ, ପୁର୍ବତନ ସାଂସଦ ଯଶୋବନ୍ତସିଂ ଲାଗୁରୀ, ପୁର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ନରେନ ପଲେଇ, ଭୁବନ ସାହୁ, ସୁବ୍ରତ ଦାସ , ମୋହନ ପରିଡ଼ା, ବିଧାୟକ ପବିତ୍ର ସୁଆଣ୍ଟ, ମଙ୍ଗୁ କ୍ଷିଲ, ଲକ୍ଷ୍ମୀପୁର ବିଧାୟକ,ଚିତ୍ରକୋଣ୍ଡା ବିଧାୟକଙ୍କ ସମେତ ଅନେକ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ସଂଗ୍ରାମ ଜେନାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଜୟଦେବ ଜେନାଙ୍କପୁଅ ମନୋଜ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଝିଅ ଡ ସସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରବଳ ବର୍ଷା ସତ୍ତ୍ୱେ ୫ହଜାରରୁ ଉର୍ଦ୍ଧ୍ୱ କଂଗେସ କର୍ମୀଙ୍କ ସମାଗମ ହୋଇଥିଲା।