ଧର୍ମପ୍ରାଣl ମଞ୍ଜୁଲତା ରାଉଳ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳୀ …
ତିର୍ତ୍ତୋଲ- ୧୯/୮/୨୦୨୫ ପୁର୍ବତନ ସାମରିକ ବାହିନୀ ର ସୈନିକ ସ୍ବର୍ଗତ କୈଳାଶ ଚନ୍ଦ୍ର ରାଉଳ ଙ୍କ ଧର୍ମପତ୍ନୀ ମଞ୍ଜୁଲତା ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଜନ୍ମାଷ୍ଟମୀ ଦିନ ତାଙ୍କର ଆଦିକନ୍ଦ ଭବନ ପରିସରରେ, ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ସ୍ମୃତିଶ୍ରଦ୍ଧାଞ୍ଜଳୀ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ରୁଦ୍ରପ୍ରାସାଦ ରାଉଳ ( ରାଜା) ଓ ଶିବ ପ୍ରସାଦ ରାଉଳ (ଜିତୁ)ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାମନ୍ତ୍ର ନାମଯଜ୍ଞ୍ , ସତସଙ୍ଗ ସହିତ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ରେ ରୋଜାଲିନୀ ନାୟକ, ନିଗମାନନ୍ଦ ନାୟକ, ଅଭିମନ୍ୟୁ ରାଉଳ, ପ୍ରଭୁପ୍ରାସାଦ ରାଉଳ, ବିଷ୍ଣୁ ଚରଣ ରାଉଳ, ନିରଞ୍ଜନ ରାଉଳ, ତ୍ରିଲୋଚନ ରାଉଳ , ପୁର୍ବତନ ସରପଞ୍ଚ ନମିତା ରାଉଳ, ନୃସିଂହ ଚରଣ ରାଉଳ, କମଳା ରାଉଳ, ପୂର୍ଣ୍ଣଶଶୀଶେଖର ରାଉଳ, ସୁମିତ୍ରା ନାୟକ, ଭୃଙ୍ଗଲତା ରାଉଳ, ପରେଶ ଭଟ୍ଟ, ପୁର୍ବତନ ସରପଞ୍ଚ ବିଜୟ ନାୟକ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମଞ୍ଜୁଲତା ଜଣେ ଦେଶପ୍ରେମୀ , ଆଦର୍ଶ ଗୃହିଣୀ ଓ ଧର୍ମପ୍ରାଣl ମହିୟସୀ ମହିଳା ଥିଲେ ବୋଲି ମତବ୍ୟକ୍ତ କରି , ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ରୋଷନୀ, ଲିଜା, ଡିମ୍ଫଲ , କିରାକ୍ , ଦିଜବର ଦାସ ଓ ରମାକାନ୍ତ ରାଉଳ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
