ରାଜପଥ ରେ ଦୃଘଟଣା ଜଣେ ମହିଳା ମୃତ ଆଉଜଣେ ଗୁରୁତ୍ୱର

hand
Share

 

ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା

୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଫାଣ୍ଡି ସମୁଖରେସନ୍ଧ୍ୟାରେ ପୁଣି ଏକ ଦୃଘଟଣା ଘଟିଛି l ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।ମୃତକ ମହିଳା ହେଲେ କେଉଟ ସାହିର ବି.ମାଳତୀ ପ୍ରଧାନ l ଗୁରୁତର ଆହତ ମହିଳା ଜଣଙ୍କ ହେଲେ କେ.ଯମୁନା ପ୍ରଧାନ । ସ୍ଥାନୀୟ ଲୋକେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲକୁ ନେଇଥିଲେ l ଘଟଣା ସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ସୁବ୍ରଜିତ ସାମନ୍ତରାୟ ତଦନ୍ତ ଆରମ୍ଭ କରିବା ସହ ମୃତ ମହିଳାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଇଥିବା ଜଣାପଡିଛି ।ଉକ୍ତ ଦୁଇ ମହିଳା ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଦୃଘଟଣା ଘଟିଥିବା ଜଣା ପଡିଛି l