September 14, 2026

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗଣେଶ ପୂଜା ଅନୁଷ୍ଠିତ 

IMG-20260914-WA0051
Share

 

 

ପଦ୍ମପୁର : ୧୪/୦୯ (ଜୟନ୍ତ କୁମାର ସେଠ)ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ବିଦ୍ୟାଦାତ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କର କଳମରୁ ଝରି ପଡିଥିବା ବିଭିନ୍ନ ଗଳ୍ପ, କବିତା ଓ ଚିତ୍ର ର ସମାହାର ପ୍ରାଚୀର ପତ୍ରିକା ଅରୁଣ କୁ ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦ ସଭାପତି ସଦସ୍ୟ ଡ. ବାଞ୍ଛାନିଧି ପଣ୍ଡା ଦୀପ ପ କରିଥିଲୋ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ , ସଭାପତି ପୃଥିରାଜ ସାହୁ , ଉପସଭାପତି ଗୋପାଳ କୃଷ୍ଣ ମିଶ୍ର , ସଂମ୍ପାଦକ ଜନକଲାଲ ମେହେର ,ସଂକୁଳ ପ୍ରମୁଖ ଡ. ଦ୍ଵାଦଶ କୁମାର ପ୍ରଧାନ , କୋଷାଧକ୍ଷ ଘନଶ୍ୟାମ ପୁଞ୍ଜି ,ପରିଚାଳନା ସମିତିର ସଦସ୍ୟ ସଦସ୍ୟା , ପୂର୍ବତନ ଛାତ୍ର ଛାତ୍ରୀ , ମାତୃଭାରତୀ ର ସଭ୍ୟା , ପୁରାତନ ଛାତ୍ର ଛାତ୍ରୀ, ପୁରାତନ ଗୁରୁଜୀ, ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାମନ୍ଦିର ପରିସରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ଶ୍ରୀଗଣେଶଙ୍କ ଠାରେ ପୂଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।ଶ୍ରୀ ଗଣେଶଙ୍କ ପୂଜା ଏବଂ ମନ୍ତ୍ରୋଚ୍ଚାରଣ ସମସ୍ତ ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଥିଲା। ବିଦ୍ୟାମନ୍ଦିର ବିଭାଗରେ ଶ୍ରୀଯୁକ୍ତ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।