September 14, 2026

ଗଞେଇ ସହ ବାଇକ୍ ଜବତ, ଜଣେ ଗିରଫ 

IMG-20250819-WA0049
Share

 

ବୁଗୁଡା : ତା ୧୯/୦୮/୨୫ : ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ବାଇକରେ ବୋଝେଇ ହୋଇ ଆସୁଥିବା ଗଞ୍ଜେଇକୁ ଜବତ କରିବା ସହ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଜଣକ ହେଲେ ଜଗତପାଟଣା ଗ୍ରାମର ରାଜେଶ ନାଇକ। ଏ ନେଇ କେସ୍ ନଂ ୭୦/୨୦୨୫-୨୬ରେ ଏକ ମାମଲା ରୁଜୁ ହୋଇଥିବା ଅବକାରୀ ଅଧିକାରୀ ଜ୍ଯୋତି ରଞ୍ଜନ ସେନାପତିଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଆଜି ଦିନବେଳା ରାଜେଶ ବାଇକରେ ଗଞ୍ଜେଇ ଧରି ବୁଦ୍ଧଖୋଲ ପଟରୁ ଆସୁଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ବାଘୁଆ ବ୍ରିଜଠାରେ ଚଢାଉ କରାଯାଇ ବାଇକ ସହ ୫ କିଲୋଗ୍ରାମ ୯୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏଥି ସହିତ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।