ବେସରକାରୀ ଅଧ୍ଯାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବୁଗୁଡା : ତା ୧୯/୦୮/୨୫ : ଓଡିଶା ରାଜ୍ୟ ବେସରକାରୀ ଅଧ୍ଯାପକ କର୍ମଚାରୀ ସଂଘର ଆହ୍ବାନ କ୍ରମେ ବୁଗୁଡା ଅଞ୍ଚଳର ପିପୁଲ୍ସ କଲେଜ ଓ ଶ୍ରୀବଳଦେବଜୀୟୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ୧୯ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାଯାଇଛି। ଏହି କାର୍ଯ୍ଯବନ୍ଦ ଆନ୍ଦୋଳନରେ ଗତ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ଯାପକ ଓ କର୍ମଚାରୀମାନେ ସାମିଲ ହୋଇଛନ୍ତି ଏବଂ ସେମାନଙ୍କୁ ସରକାରୀ ଅନୁଦାନରୁ ବଞ୍ଚିତ ନକରିବାକୁ ଦାବି କରିଛନ୍ତି। ଏ ନେଇ ସେମାନେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ନିଜ ନିଜର କଲେଜ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକ କଡରେ ପାଲ ପକାଇ ଧାରଣାରେ ବସିଥିବା ବେଳେ ଏହା ଦାବି ପୂରଣ ଲକ୍ଷ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।
