ଦଶମାଇଲରେ ଛକ ନିକଟରେ “ଅଭିଜିତ ଫାଉଣ୍ଡେସନ” ତରଫରୁ “ଆଶ୍ରା ବୃଦ୍ଧାଶ୍ରମ ” ଉଦଘାଟିତ 

IMG-20250819-WA0050
Share

 

 

ବରଗଡ (ସୁରେନ୍ଦ୍ର କଠାର)

 

ବରଗଡ ଜିଲ୍ଲା ସୋହେଲା ବ୍ଲକ ଗର୍ଭଣା ପଞ୍ଚାୟତ ଅନ୍ତର୍ଗତ ଦଶମାଇଲ ନିକଟସ୍ଥ ( ନଅଗାଁ) ଠାରେ ଅଭିଜିତ ଫାଉଣ୍ଡେସନ ଦ୍ବାରା ପରିଚାଳିତ ବୟୋଜେଷ୍ଠ, ନୀରିହ, ନିସହାୟ, ଅନାଥ ଓ ନିଷ୍ପେଷିତ, ବୃଦ୍ଧ, ବୃଦ୍ଧା ମାନଙ୍କ ପାଇଁ ଉଦ୍ଦିଷ୍ଟ ସେବା କେନ୍ଦ୍ର( ବୃଦ୍ଧାଶ୍ରମ) “ଆଶ୍ରା” ଉଦଘାଟିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରଂଜନ ପଣ୍ଡା ।ଏଥିରେ ସଭାପତିତ୍ବ କରିଥିଲେ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ପ୍ରଜ୍ଞା ସରସ୍ଵତୀ ଦୀପ ପ୍ରଜ୍ବଳନ କରିବା ସହିତ ଫିତା କାଟି “ଆଶ୍ରା ବୃଦ୍ଧାଶ୍ରମ” କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୋ ତରଫରୁ ସବୁ ସମୟରେ” ଆଶ୍ରା ବୃଦ୍ଧାଶ୍ରମ” କୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ସୋହେଲା କଲେଜ ପୂର୍ବତନ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ, ଡାକ୍ତର ଶିଶିର କୁମାର ସାହୁ ମଞ୍ଚାସିନ ଥିଲେ । ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ପରାଗ ସାହୁ , ସରୋଜ କୁମାର ଭୋଇ , ଅନିଲ ପାଧାନ , ଦିବାକର ମାଝି , କିଶୋର ସାହୁ , ରବିଶଙ୍କର ପଧାନ , କନାପାଲି ସରପଞ୍ଚ ମହରଗି ସାହୁ , ନିରଞ୍ଜନ ନାଏକ , ଯତୀନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଅସହାୟ କୁଂ ସାହାଯ୍ୟ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମକୁ ରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସଂପାଦକ ଲୀଳାମୟ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ବହୁ ସଂଖ୍ୟାରେ ବିଭିନ୍ନ ଅଞ୍ଚଳର ବୁଦ୍ଧିଜିବୀ ଓ ସମାଜସେବୀ ଓ ମହିଳା, ପୁରୁଷ ଯୋଗ ଦେଇ ଥିଲେ।ପରିଶେଷରେ ଅନୁଷ୍ଠାନ ର ସଂପାଦକ ଲୀଲାମୟ ବେହେରା ସମସ୍ତ କୁଂ ଆନ୍ତରିକତାର ସହ ଧନ୍ୟବାଦ ଅର୍ପଣ କରିଥିଲେ।