ମେରୀ ମାଟି ମେରI ଦେଶ ‘ଅଭିଯାନ ରେ ବିରୋ କା ବନ୍ଦନ ଏବଂ ବସୁଧା ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ
“ମେରୀ ମାଟି ମେରI ଦେଶ ‘ଅଭିଯାନ ରେ ବିରୋ କା ବନ୍ଦନ ଏବଂ ବସୁଧା ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରାହ୍ମଣୀଗାଁ ତା:୧୮/୮ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଋଷିମାଳ ଡ୍ରଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଦେଶର ଆଜାଦୀ କା ଅମୃତ ମହତ୍ସବ ଅବସରରେ ଜାତୀୟ ସେବା ଯୋଜନା (N S S) ର ସଦସ୍ୟ ମାନଙ୍କ ଉପସ୍ଥିତି ରେ “ମେରୀ ମାଟି ମେରା ଦେଶ “ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଋଷିମାଳ ଡ୍ରଗ୍ରୀ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଅଜୟ କୁମାର ରଣସିଂ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୁକ୍ତ ଦୁଇ ବିଭାଗ ର ଅଧ୍ୟକ୍ଷ ଦେବରାଜ ବଳିୟାରସିଂ ଏବଂ ମୂଖ୍ୟ ବକ୍ତା ଭାବେ ଯୁକ୍ତ ତିନି ବିଭାଗ ର ଅଧ୍ୟକ୍ଷ ଡ଼ଃ ଭାସ୍କର ଚରଣ ନାୟକ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବୁଲୁ ନାୟକ (ଅବସରପ୍ରାପ୍ତ ସେନା ଅଧିକାରୀ ବିହାର ରେଜିମେଣ୍ଟ ) ଅବସର ପ୍ରାପ୍ତ ସେନା ହାବିଲଦାର ପ୍ରସନ୍ନ ସିଂ ,ଅବସରପ୍ରାପ୍ତ ସେନା ଅଧିକାରୀ ରାଜକିଶୋର ସିଂ ସମେତ ଇତିହାସ ବିଭାଗ ର ଅଧ୍ୟାପକ ପବିତ୍ର ମୋହନ ବାସୁପତି , ଅର୍ଥନୀତି ବିଭାଗ ର ଅଧ୍ୟାପକ ମଧୁସୂଦନ ପଡ୍ରା, ଓଡ଼ିଆ ବିଭାଗ ର ଅଧ୍ୟାପକ ମନୋରଞ୍ଜନ ବଳିୟାର ସିଂ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ବସୁଧା ବନ୍ଦନ କାର୍ଯ୍ୟକ୍ରମ ଅନୁଯାଇ ଚୀନ ସୀମାନ୍ତ ଗଳବାନ ଘାଟିର ଅମର ସହୀଦ .ଚନ୍ଦ୍ରକାନ୍ତ ପ୍ରଧାନ (କନ୍ଧମାଳ) ଏବଂ ନୁଡୁରାମ ସୋରେନ(ମୟୁରଭଞ୍ଜ ) ଙ୍କ ସ୍ମୃତି ରେ ଦୁଇଗୋଟି ବୃକ୍ଷ ଚାରା ଅବସର ପ୍ରାପ୍ତ ସେନା ହାବିଲଦାର ଶ୍ରୀ ବୁଲୁ ନାୟକ ଏବଂ ଶ୍ରୀ ଦେବରାଜ ବଳିୟାରସିଂଙ୍କ ଦ୍ୱାରା ରୋପଣ କରାଯାଇଥିଲା ,NSS କୋ ୟୁନିଟ ସ୍ବେଛାସେବୀ ମାନେ ଯୋଗଦାନ କରି ଚାରା ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ,ସଭାରେ ଉଭୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଏବଂ ଋଷିମାଲ ଡ଼ିଗ୍ରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ କର୍ମ ଚାରି ମାନେ ଅଂଶ ଗ୍ରହଣ କରିଥିଲେ I
ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ କୁମାର ବେହେର୍ଦାଲାଇ ନେତୃତ୍ବ ନେଇଥିବା ବେଳେ ବିରୋ କା ବନ୍ଦନ ସହିଦ ଓ ବହାଦୁର ବୀର ଯବାନ ମାନଙ୍କୁ ସନମାନିତ କରିବାକୁ ଯାଇ ଅଂଚଳର ଦୁଇ ଜଣ ଅବସର ପ୍ରାପ୍ତ ସେନା ଅଧିକାରୀ ହାବିଲଦାର ବୁଲୁ ନାୟକ ଏବଂ ହାବିଲଦାର ପ୍ରସନ୍ନ ସିଂ ଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ଇତିହାସ ବିଭାଗ ର ଅଧ୍ୟାପିକା ଲଳିତା ସିଂ ସମସ୍ତ ଙ୍କୁ ଧନ୍ୟବାଦଅର୍ପଣ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)