July 20, 2026

ଗୋଡଭଗାରେ ଯକ୍ଷ୍ମା ନିରାକରଣ ଶିବିରରେ ୭୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା 

IMG-20260719-WA0059
Share

 

ବରଗଡ,ସୁରେନ୍ଦ୍ର କଠାର,ତା୧୯/୭

 

ଅତାବିରା ବ୍ଲକ ଗୋଡ଼ଭଗା ଲାୟନ୍ସ କ୍ଲବ ପକ୍ଷରୁ ସ୍ଥାନୀୟ କିଶୋରୀ କମ୍ପ୍ଲେକ୍ସ ଠାରେ ରବିବାର ଯକ୍ଷ୍ମା ନିରାକରଣ ସମ୍ବନ୍ଧୀୟ ପରୀକ୍ଷା ତଥା ଏକ୍ସରେ ଶିବିର ଅନୁଷ୍ଠିତ ହୋଇଯାଇଛି । ଡ.ଚିତ୍ତରଞ୍ଜନ ଜେନାଙ୍କ ତତ୍ୱାବଧାନ ଓ କ୍ଲବ ର ସଭାପତି ପ୍ରଦୀପ କର୍ଣ୍ଣଙ୍କ ନିରୀକ୍ଷଣ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ମୋଟ ୭୬ ଜଣ ମହିଳା ଓ ପୁରୁଷଙ୍କ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅତାବିରା ଡାକ୍ତରଖାନା କର୍ମଚାରୀ ଗଣେଶ୍ୱରୀ କିଷାନ (ରେଡ଼ିଓଗ୍ରାଫର) ଓ ତ୍ରିଲୋଚନ ପୋଢ଼ (ଡି ଇ ଓ) ପରୀକ୍ଷା ଓ ଏକ୍ସରେ କରିଥିବାବେଳେ କ୍ଲବର ସଦସ୍ୟ ଦେବବ୍ରତ ରଥ, ସତୀଶ ଦାଶ, ମନୋଜ ଶର୍ମା, ବୀରେନ୍ଦ୍ର ଆଦାବର, ସୁବର୍ଣ୍ଣ ମେହେର, ପ୍ରେମରାଜ ପ୍ରଧାନ, ଶିବାନନ୍ଦ ବହିଦାର, ପ୍ରମୋଦ ଗର୍ତିଆ, ବ୍ରିଜେଶ ମିତ୍ତଳ ପ୍ରମୁଖ ସହଯୋଗ କରିଥିଲେ।

You may have missed