ହାଟଡିହି ବ୍ଲକ ପରିସରରେ ସାଇବର ସଚେତନତା
ହାଟଡିହି(ମନମୋହନ ନାୟକ) : ହାଟଡିହି ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ଲକ ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସିଡିପିଓ ଉମାମଣୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ରଞ୍ଜନ କୁମାର ପରିଡ଼ା, ନନ୍ଦିପଦା ଥାନା ଇନିସ୍ପେକ୍ଟର ବଳିଆ ବାରିକ, ଏସ.ଆଇ ବିନୀତା ଲାକ୍ରା, ଏବିଇଓ ପୂର୍ଣ୍ଣ ଚନ୍ଦ୍ର ଜେନା , ପ୍ରତ୍ଯୁଷ୍ମା ସାହୁ, ଜଗନ୍ନାଥ ପୃଷ୍ଟି ପ୍ରମୁଖ ଯୋଗଦେଇ ସାଇବର ଠକେଇ ରୁ ବର୍ତ୍ତିବା, ସାଇବର ନିର୍ଯ୍ୟାତନାରୁ ନିଜକୁ ସୁରକ୍ଷିତ ରଖିବା ସମ୍ପର୍କରେ ଯୁବତୀମାନଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଅଙ୍କିତା ଭୋଇ ପ୍ରଥମ, ଶୁଭସ୍ମିତା ମହାନ୍ତି ଦ୍ଵିତୀୟ ଏବଂ ସୌଭାଗିନୀ ଓଝା, ସୁଚରିତା ଦଳେଇ ଓ ରୂପାଞ୍ଜଳି ନାୟକ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କଠାରୁ ଅର୍ଥରାଶି ଓ ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ମହିଳା ଓ ଶିଶୁ ବିକାଶ ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ। ଅନଲାଇନ ସୁରକ୍ଷା ଓ ସାଇବର ନିର୍ଯାତନା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
