July 21, 2026
ajiro khabar
Share

 

 

୧-ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ବଢ଼ିବ ୫୦ MBBS ସିଟ୍।ଭିମସାର୍ ରେ ଏହି ସିଟ୍ ବଢିବା ସମ୍ଭାବନା ରହିଛି। ରାଜ୍ୟରେ ସରକାରୀ ସିଟ୍ ୧୮୫୦ ଓ ଘରୋଇ ସିଟ୍ ସଂଖ୍ୟା ୧୧୦୦।

 

୨-ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

 

୩-ଭୁବନେଶ୍ୱର:ଅଣ୍ଡା ବିଗାଡୁଛି MDM ହିସାବ,କେବଳ ଅଣ୍ଡା ଗୋଟା ପିଛା ଦର୍ ଏବେ ୯ରୁ ୧୦ ଟଙ୍କା ପଡୁଥିବା ବେଳେ ମିଡ୍ ଡେ ମିଲ୍ ପିଛା ସରକାର ଦେଉଛନ୍ତି ୧୧ରୁ ୧୫ ଟଙ୍କା।

 

୪-ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ମାଟି ତଳେ ଯିବ ବିଦ୍ୟୁତ ତାର, ଡିପିଆର୍ ପ୍ରସ୍ତୁତ କରିବାକୁ ଶକ୍ତି ସଚିବଙ୍କୁ ନିର୍ଦ୍ଦେଶ।

 

୫-ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ସହାୟତା ଅଭିଯୋଗ; ଇନ୍ସପେକ୍ଟର ସୁସ୍ମିତା ମାଗର ନିଲମ୍ବିତ।

 

୬-ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ।

 

୭-ଭୁବନେଶ୍ୱର: ମୁଣ୍ଡ ଟେକିଲାଣି ଡେଙ୍ଗୁ; ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ।

 

୮-ଭୁବନେଶ୍ୱର:ସ୍ନାତକ ଦ୍ବିତୀୟ ମେଧା ତାଲିକା ପ୍ରକାଶ;କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ପସନ୍ଦ।

 

୯-ବିରଜା ପଞ୍ଜିକା ଅନୁସାରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଶୈବପୀଠରେ ପ୍ରଥମ ସୋମବାରରେ ଜଳ ଲାଗି କରିଛନ୍ତି ଭକ୍ତମାନେ।

 

୧୦-ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, DAP ଓ ୟୁରିଆ ବିକଳ୍ପକୁ ପ୍ରୋତ୍ସାହନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି।

 

୧୧-ସାମନ୍ତରାୟପୁର:ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ପାରିବାରିକ କଳହକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।

 

୧୨-ଦେବଗଡ଼:ଘରୋଇ କଳହ ନେଲା ତିନି ଜୀବନ; ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ।

 

୧୩-ନୂଆ Aadhaar Appର କମାଲ: ୪ କୋଟିରୁ ଅଧିକ ଲୋକ କଲେ ଡାଉନଲୋଡ୍, ଘରେ ବସି ବଦଳାନ୍ତୁ ଠିକଣା ଓ ଫୋନ୍ ନମ୍ବର।

 

୧୪-ପ୍ରଥମ ଡେଙ୍ଗୁ ଭ୍ୟାକ୍ ସିନ୍ ‘QDENGA’କୁ ଭାରତର ମଞ୍ଜୁରୀ; ୪ରୁ ୬୦ ବର୍ଷର ବ୍ୟକ୍ତି ନେଇପାରିବେ।

 

୧୫-ସିଜେପି “ସାଂସଦ ଚାଲ” ଡାକରା: ଜାତୀୟ ରାଜଧାନୀ ଦିଲ୍ଲୀରେ ଖଣ୍ଡଯୁଦ୍ଧ, ପୋଲିସର ମୃଦୁ ଲାଠି ଚାଳନା।

 

୧୬-ରାମମନ୍ଦିର ଦାନ ଚୋରି, ପ୍ରଶ୍ନପତ୍ର ଲିକ୍‌ ଓ ସିଜେପି ଆନ୍ଦୋଳନ ପ୍ରସଙ୍ଗରେ ସଂସଦରେ ପ୍ରବଳ ହଟ୍ଟଗୋଳ, ଗୃହ ମୁଲତବୀ।

 

୧୭-ସଂସଦ ମାର୍ଚ୍ଚ ପାଇଁ ଦିଲ୍ଲୀ ପୋଲିସର କଟକଣା, ନୂଆଦିଲ୍ଲୀରେ BNSS ଧାରା ୧୬୩ ଲାଗୁ।

 

୧୮-‘ବନ୍ଦେ ମାତରମ୍’ ଅପମାନ ଉପରେ କଠୋର ହେଲେ ସରକାର: ଗାଇବା ବେଳେ ବିଶୃଙ୍ଖଳା କଲେ ହେବ ୩ ବର୍ଷର ଜେଲ୍ ଦଣ୍ଡ।

 

୧୯-ଡେରାଡୁନ: ପ୍ରବଳ ବର୍ଷା ପାଇଁ ଏବେ ଚାରିଧାମ ଯାତ୍ରା ସାମୟିକ ଭାବେ ସ୍ଥଗିତ ଅଛି।

 

୨୦-ଏଣ୍ଡି ବର୍ଣ୍ଣହମ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ରାଜନୈତିକ ଓ ଆର୍ଥିକ ବଡ଼ ପରିବର୍ତ୍ତନର ଦେଲେ ସଂକେତ।

 

୨୧-କଙ୍ଗୋରେ ଇବୋଲା ମହାମାରୀର ତାଣ୍ଡବ: ୯୩୦ରୁ ଅଧିକ ମୃତ।

 

୨୨-ଫିଫା ବିଶ୍ୱକପ୍‌ ୨୦୨୬ରେ ଚାମ୍ପିୟନ୍‌ ସ୍ପେନ୍‌ ୫୦ ମିଲିୟନ୍‌ ଆମେରିକୀୟ ଡଲାର ପୁରସ୍କାର ଜିତିଥିବା ବେଳେ ଉପବିଜେତା ଆର୍ଜେଣ୍ଟିନା ୩୩ ମିଲିୟନ୍‌ ଡଲାର ପାଇଛି।

 

🙏 *ସୁପ୍ରଭାତ, ଜୟ ଶ୍ରୀଜଗନ୍ନାଥ* 🙏

➖➖➖➖➖➖➖➖➖➖