ବେଲଗୁଣ୍ଠା ସରସ୍ବତୀ ଶିଶୁମନ୍ଦିର ରେ ମୁଁ ପଢିକି ଗର୍ବିତ କାଯ୍ୟକ୍ରମ
ବେଲଗୁଣ୍ଠା,୧୮/୧୦,ସରସ୍ୱତୀ ଶିଶୁ ମନ୍ଦିର ବେଲଗୁଣ୍ଠା ରେ ପୂର୍ବ ଛାତ୍ର ଏକତ୍ରୀକରଣ ଅନୁଷ୍ଟିତ ହୋଇଯାଇଛି,ମୁଖ୍ୟ ଅତିଥି ଭାବରେ ରବୀନ୍ଦ୍ର ନାଥ
ପାଣଗ୍ରାହୀ ଅବସର ପ୍ରାପ୍ତ ଶିକ୍ଷକ,ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ ଉପ ସଭାପତି କାଳି ଚରଣ ପାଢ଼ୀ,ସମ୍ପାଦକ ପବିତ୍ର କୁମାର ସାହୁ, ଯୋଗଦେଇଥିବା ବେଳେ ମୋଟ ୫୨ ଜଣ ପୂର୍ବ ଛାତ୍ର ଓ ଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।ପୂର୍ବ ଛାତ୍ର ପ୍ରମୁଖ ପ୍ରଣୀତା ଗୁରୁମା ବୃତ୍ତ କଥନ କରିଥିଲେ। ଗୀତା ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ,ଶିଶୁ ମାନଙ୍କ
ମଧ୍ୟରେ ଅନୁଭୂତି କଥନ ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ
କରାଯାଇଥିଲା।” ମୁଁ ପଢିକି ଗର୍ବିତ; ରେ ସମସ୍ତେ ସେଲଫି ନେଇ ଆନନ୍ଦ ଅନୁଭବ କରିଥିଲେ।ପରିଶେଷରେ ରାଜୀବ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ ରେ ପ୍ରଫୁଲ୍ଲ ଗୁରୁଜୀ,ଜୟନ୍ତୀ ଗୁରୁମା,ମଧୁଗୁରୁମା,ସହିତ ସମସ୍ତ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଥିଲେ।
