ସରକାରୀ ଜମି କୁ ଜବର ଦଖଲ ଉଛେଦ ନେଇ ଉଲୁଣ୍ଡା ତହସିଲଦାର କୁ ଅଭିଯୋଗ କଲେ ଲିଟିପାଲି ଗ୍ରାମବାସି ମାସେ ଭିତରେ ଉଛେଦ କରିବା ନେଇ ପ୍ରତିଶୃତି ଦେଲେ ତହସିଲଦାର
ଉଲୁଣ୍ଡା, ୨୦/୭ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମପଞ୍ଚାୟତ ର ଲିଟିପାଲି ଗ୍ରାମ ର ଜଣେ ଚାଷୀ ଗଣେଶ ବଢ଼େଇ ସରକାରୀ ପଡିଆ ଜମି କୁ ଜବରଦଖଲ କରି ଚାଷ କରିବା ପାଇଁ ଉଦ୍ୟମ କରୁ ଥିବା ବେଳେ ଗ୍ରାମ ର ଯୁବକ ମାନେ ସେହି ସରକାରୀ ଜମି କୁ ଖେଳ ପଡିଆ ଭାବେ ବ୍ୟବହାର କରି ଆସୁଥିଲେ। ଆଜି ଉଲୁଣ୍ଡା ତହସିଲଦାର ମମତା ମେହେର ଙ୍କୁ ଜମି ଜବର ଦଖଲକରି ଥିବା ବ୍ୟକ୍ତି ଙ୍କ ଠାରୁ ଜବର ଦଖଲ ମୁକ୍ତ କରିବା ସହ ସେହି ଜମି କୁ ସରକାରୀ ଖେଳ ପଡିଆ ଭାବେ କରିବାକୁ ଲିଟିପାଲି ଗ୍ରାମ ବାସି ଲିଖିତ ଅଭିଯୋଗ ଉଲୁଣ୍ଡା ତହସିଲଦାର କୁ କରି ଥିଲେ। ମାସେ ଭିତରେ ଜବର ଦଖଲ ନୋଟିସ ଜାରି କରି ମୁକ୍ତ କରାଯିବ ବୋଲି ଲିଟିପାଲି ଗ୍ରାମ ବାସି କୁ ପ୍ରତିଶୃତି ଦେଇଥିବା ଜଣା ପଡିଛି। ସୂଚନା ଥାଉ କି ଦୁଇ ଦିନ ତଳେ ଜବର ଦଖଲ କାରି ଗଣେଶ ବଢ଼େଇ ଜୋର ଜବର ଦସ୍ତୀ ଟ୍ରାକ୍ଟର ଲଗାଇ ସେହି ଜମି କୁ ଚାଷ ଜମି ରେ ପରିଣତ କରିବା ପାଇଁ ଉଦ୍ୟମ କରି ଥିଲେ।ସେତେବେଳେ ଗ୍ରାମ ବାସି ଖବର ପାଇ ମିଳିତ ହୋଇ ବିରୋଧ କରିଥିଲେ। ଜବରଦଖଲ କାରି ଉତ୍ୟକ୍ତ ହୋଇ ବୀରମହାରାଜପୁର ରେ ଗ୍ରାମ ର ଯୁବକ ମାନଂକୁ ମହିଳା ଙ୍କୁ ଅସଦାଚରଣ କରିବା ନେଇ ମିଛ ରିପୋର୍ଟ କରି ଥିଲେ।ଗ୍ରାମ ବାସି ମଧ୍ୟ୍ୟ ଥାନା ର ଦ୍ୱାରସ୍ତ ହେବାରୁ ତଦନ୍ତ ରୁ ଥାନା ଅଧିକାରୀ ଯଯାତି କେଶରୀ ସାହୁ ଜାଣି ବାକୁ ପାଇଥିଲେ ମିଛ ଅଭିଯୋଗ ବୋଲି। ଜମି ଜବର ଦଖଲ କରି ଥିବା ଗଣେଶ ବଢ଼େଇ କୌଣସି ପଟ୍ଟା ଥାନା ରେ ଦେଖାଇ ପାରି ନ ଥିଲେ। ସେହି ସରକାରୀ ପଡିଆ କୁ ଗ୍ରାମ ର ଯୁବକ ମାନେ ଖେଳ ପଡିଆ ଭାବେ ବ୍ୟବହାର କରୁ ଥିବା ଥାନା ଅଧିକାରୀ କୁ କହିଥିଲେ। ପୂର୍ବ ରୁ ପଡିଆ ରେ ପଂଚାୟତ କିମ୍ବା ବ୍ଲକ ର ଏକ ମଣ୍ଡପ ତିଆରି ହୋଇ ଥିଲା। ଓ ଖେଳ ପଡିଆ ନାମ ରେ ଉନ୍ନତି କରଣ ହୋଇ ଥିଲା। ଜାହା ଫଳ ରେ ସେହି ସରକାରୀ ଜମି ପଡିଆ କୁ ମାସେ ଭିତରେ ଛାଡି ବାକୁ କହିବା ସହୁ ଆଉ ପlଦ ନ ପକାଇ ବାକୁ ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ ବାରଣ କରିଛନ୍ତି।
