July 20, 2026

ପରଲୋକରେ ସାମ୍ବାଦିକସୁସାନ୍ତ କୁମାର ପ୍ରଧାନଙ୍କ ବାପା ଫରେଷ୍ଟର ଜୟକୃଷ୍ଣ ପ୍ରଧାନ

IMG-20260719-WA0023
Share

 

 

ବୋଲଗଡ଼,୧୯/୭(ଉପାନ୍ତ ଖବର ମାନସ ରଞ୍ଜନ କର) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ପାଟବନ୍ଧ ଗ୍ରାମର ଅବସରପ୍ରାପ୍ତ ଫରେଷ୍ଟ ଅଫିସର

ଜୟକୃଷ୍ଣ ପ୍ରଧାନ (୭୯) ଙ୍କ ବିୟୋଗ ଘଟିଛି I ସ୍ଵର୍ଗତ ପ୍ରଧାନ କିଛି ଦିନ ଧରି କିଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶନିବାର ରାତ୍ରି ୧୧ ଘଣ୍ଟା ୧୫ମିନଟ୍ ସମୟରେ ନିଜ ବାସଭବନରେ ସେ ଅନ୍ତିମ ନିଃଶ୍ଵାସ ତ୍ୟାଗ କରିଥିଲେ I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ, ଏକମାତ୍ର ପୁଅ ସୁଶାନ୍ତ କୁମାର ପ୍ରଧାନ, ବୋହୁ ସଂଧ୍ୟାରାଣୀ ମାଝୀ,ଝିଅ ,ଜ୍ୱାଇଁ ,ନାତି ନାତୁଣୀ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ରହିଥିଲେ। ସ୍ଵର୍ଗତ ପ୍ରଧାନ ପୂର୍ବରୁ ଢେଙ୍କାନାଳ ଜିଲ୍ଲାର ବଳଦିଆବନ୍ଧ,ଭାପୁର, ଗଁଦିଆ ବ୍ଳକର ଷଡଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ପାଟବନ୍ଧ ଏବଂ ଭୂବନେଶ୍ବର ସାଆନ୍ତରା ପୁର ବନବିଭାଗ ପ୍ରଭୃତିରେ ଜଣେ ଦକ୍ଷ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରିଥିବା ବେଳେ ଅଞ୍ଚଳରେ ଜଣେ ପରୋପକାରୀ, ଧର୍ମପରାୟଣ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ବେଶ ପରିଚିତ ଥିଲେ I ସ୍ଵର୍ଗତ ଜୟକୃଷ୍ଣଙ୍କ ମର ଶରୀରରକୁ ନିଜ ଗ୍ରାମ ଶ୍ମଶାନରେ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଛି I