July 20, 2026

ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ତଳଜଙ୍ଗ ନଈକୂଳ ସାହି ବାସିନ୍ଦା

IMG-20260719-WA0020
Share

 

ଆମେ କହିବାକୁ ଚାହୁଁଛୁ ପୁରୀ ସହର ଠାରୁ ମାତ୍ର ଆଠ କିଲୋମିଟର ଦୂର ପୁରୀସଦର ତଳଜଙ୍ଗ ଗ୍ରାମପଞ୍ଚାୟତ ର ନଈକୂଳ ସାହି ର କଥା l ୨୦୨୬ ମସିହା ହୋଇଥିଲେ ମଧ୍ୟ ଗାଁ ରେ ଶ୍ମଶାନ ଟିଏ ନାହିଁ, ବର୍ଷାଦିନେ ଯଦି କାହାର ଦେହାନ୍ତ ହୁଏ ଶବଦାହ ପାଇଁ ଗ୍ରାମବାସୀ ଯେଉଁଭଳି ହନ୍ତସନ୍ତ ହେଉଛନ୍ତି ତାହା ନକହିବା ଭଲ l ତାପରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଥା, ଭଙ୍ଗା ଆଜବେଷ୍ଟ ଘରେ ଚାଲିଛି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ l ଦିନ ୧୧ଟା ୪୫ପର୍ଯ୍ୟନ୍ତ ଜଣିଏ ଶିକ୍ଷୟିତ୍ରୀ ବିନା ଆଉ କାହାକୁ ଦେଖିବାକୁ ମିଳିନଥିଲା l ୧୧ଟା ୫୦ରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମିଶ୍ର ଆସି ଆମ ଚାନେଲ ପ୍ରତିନିଧିଙ୍କୁ ଧମକାଇ ଥିଲେ ଯେ ଏହି ନିୟୁଜ ପରିବେଷଣ କରିଲେ ହାଣିଦେବେ ବୋଲି, ସେଠାରେ ଗ୍ରାମ୍ୟ କମିଟି ସଭ୍ୟମାନେ ଆମ ପ୍ରତିନିଧିଙ୍କୁ ଉଦ୍ଧାର କରିଥିଲେ l ଶେଷରେ ସବୁଠାରୁ ବଡ ସମସ୍ୟା ହେଉଛି ପାଣି ସମସ୍ୟା ଟିକିଏ ବର୍ଷାହେଲେ ଗାଁରେ ଆଣ୍ଠୁଏ ପାଣି, ସାପ ଭୟରେ ଘର ଚାରିପଟେ ଜାଲ ବାନ୍ଧି ରହୁଛନ୍ତି ଗ୍ରାମବାସୀ l ଡ୍ରେନେଜ ସୁବିଧା ପାଇଁ ବିଭିନ୍ନ ସରକାରୀ ଦପ୍ତର କୁ ଦୌଡ଼ି ଦୌଡ଼ି କେହି ଶୁଣୁ ନାହାନ୍ତି l ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ନିରୁପାୟ ହୋଇ ବିରାଟ ଗଣଆନ୍ଦୋଳନ କରିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ