ପୁରୀ: ଘନଘନ ବର୍ଷା ସତ୍ତ୍ୱେ ୫,୦୦୦ ଶ୍ରଦ୍ଧାଳୁଙ୍କୁ ରନ୍ଧା ଖାଦ୍ୟ ସେବା, “ଆମ ପରିବାର ଆମ ପରିଚୟ”ର ମହତ୍ ପ୍ରୟାସ
ପୁରୀ, ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ସାମାଜିକ ସଂଗଠନ “ଆମ ପରିବାର ଆମ ପରିଚୟ” ପକ୍ଷରୁ ପ୍ରାୟ ୫,୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ରନ୍ଧା ଖାଦ୍ୟ ସେବାର ଆୟୋଜନ କରାଯାଇଥିଲା।ଡୋଡେ ଭାଇ, ଓଝା ଭାଇ, ତାପସ ଭାଇ, ଚିତ୍ତ ଭାଇ, ଜଗା ଭାଇ, ରଞ୍ଜିତ ଭାଇ, ସୁଜିତ ଭାଇ, ଦୀପକ ଭାଇ, କାଳନ୍ଦୀ ଭାଇ ସମେତ ଅନେକ ଭାଇ ଏବଂ ମଧୁସ୍ମିତା ଭଉଣୀ, ରିତା ଭଉଣୀ, ମାନସୀ ଭଉଣୀ, ସୁଭଦ୍ରା ଭଉଣୀ ସମେତ ଅନେକ ଭଉଣୀ
ଘନଘନ ବର୍ଷା ସତ୍ତ୍ୱେ ମଧ୍ୟ ସେବା କାର୍ଯ୍ୟକ୍ରମରେ କୌଣସି ବାଧା ସୃଷ୍ଟି ହୋଇନଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରେ ସମସ୍ତ ପ୍ରସ୍ତୁତ ଖାଦ୍ୟ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହେରୁ ଅଧିକ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ଡୋଡେ ଭାଇ, ଓଝା ଭାଇ, ଚିତ୍ତ ଭାଇ, ଜଗା ଭାଇ,ରଞ୍ଜିତ ଭାଇ, ସୁଜିତ ଭାଇ, ଦୀପକ ଭାଇ, କାଳନ୍ଦୀ ଭାଇ ଓ ମଧୁସ୍ମିତା ଭଉଣୀଙ୍କ ସମେତ ଅନେକ ଭଉଣୀ ଭାଇ ମାନେ ନିଷ୍ଠାର ସହ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଭବିଷ୍ୟତରେ ମଧ୍ୟ ଏଭଳି ମାନବସେବା ଓ ଧାର୍ମିକ ସେବା କାର୍ଯ୍ୟକ୍ରମ ଜାରି ରହିବ। ସେବା କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ ଦାତା, ସ୍ୱେଚ୍ଛାସେବୀ ଓ ସହଯୋଗୀମାନଙ୍କୁ ସଂଗଠନ ପକ୍ଷରୁ କୃତଜ୍ଞତା ଜଣାଯାଇଛି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
