July 20, 2026

ରଥଯାତ୍ରା ଠାରୁ ଶ୍ରୀଗୁଣ୍ଡିଚା ବିଜେ ପର୍ଯ୍ୟନ୍ତ ତୁଳସୀ ଯୋଗାଇବା ସହିତ ରସଗୋଲା ବାଣ୍ଟିଲେ ରାଧେଶ୍ୟାମ ..

IMG-20260719-WA0017
Share

ପ୍ରତିବର୍ଷ ଭଳି ଚଳିତବର୍ଷ ପୁରୀ ଚୁଡ଼ଙ୍ଗସାହି ର ସ୍ବର୍ଗତ ବିହାରୀ ସାହୁଙ୍କ ପୁଅ ରାଧେଶ୍ୟାମ ନିଜର ତୁଳସୀ ବଗିଚାରୁ ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଙ୍କ ପାଇଁ ତିନିଝୁଡି ତୁଳସୀ ସହିତ ରଙ୍ଗଣୀଫୁଲ ପବିତ୍ର ରଥଯାତ୍ରା ଠାରୁ ଶ୍ରୀଗୁଣ୍ଡିଚା ବିଜେ ପର୍ଯ୍ୟନ୍ତ ଯୋଗାଇ ଆସୁଛନ୍ତି l ଏଥିସହିତ ପାଞ୍ଚହଜାର ରସଗୋଲା ମହାପ୍ରଭୁଙ୍କୁ ସମର୍ପଣ କରି ନିଜ ପରିବାର ସଦସ୍ୟମାନଙ୍କ ସହିତ ମିଶି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବଣ୍ଟନ କରିଛନ୍ତି l ଏଥିପାଇଁ ବଡଭାଇ ସୁଦର୍ଶନ ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ରାଧେଶ୍ୟାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀ ରୁ ରମେଶ ସାହୁଙ୍କ ରିପୋର୍ଟ l