“ଅମୃତ ଭାରତ ରେଳ ଷ୍ଟେସନ ଲୋକାର୍ପିତ”
ବରଗଡ(ସୁରେନ୍ଦ୍ର କଠାର)
ତା:୧୯ ,୦୭:୨୦୨୬ ରିଖରେ ମାନ୍ୟବର ପ୍ରଧାନ ମନ୍ତ୍ରୀ “ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ” ହରିୟାଣାର ଜିନ୍ଦ୍ ରେ ଦେଶର ପ୍ରଥମ “ଉଦ୍ ଯାନ” ଚାଳିତ ରେଳ ଚଳାଚଳର ଶୁଭାରମ୍ଭ ସମୟରେ ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀ “ବରପାଲି ରେଲୱେ ଷ୍ଟେସନ୍” ଠାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ଜୀ”, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଭାଗବତ ପ୍ରଧାନ, ଡି ଆର୍ ଏମ୍ ସମ୍ବଲପୁର, କଲେକ୍ଟର ଏବଂ ଏସ ପି ବରଗଡ ମଞ୍ଚାସୀନ ଥିଲେ। ଅଞ୍ଚଳର ହଜାର ସଂଖ୍ୟକ ଭାଇ ଭଉଣୀ ଏବଂ ବିଜେପି ର କାର୍ଯ୍ୟ କର୍ତ୍ତା ଙ୍କ ସହିତ ମୋଦୀ ଜୀ ଙ୍କ ଦ୍ୱାରା “ଅମୃତ ଭାରତ ରେଳ ଷ୍ଟେସନ” ଲୋକାର୍ପିତ କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଖିବାର ସୌଭାଗ୍ୟ ଲାଭ କରିଥିଲେ
