May 20, 2026

ବିଧାୟକ ଙ୍କ ସହଯୋଗ ରେ ରାଜମେନ୍ଦ୍ରି ଠାରୁ ଗଜପତି ଆସିଲା ମରଶରୀର..

IMG-20260519-WA0019
Share

ଗୁମ୍ମା -:ଗୁମ୍ମା ବ୍ଲକ ଦାଦନ ମୃତ୍ୟୁର ହବ ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଏହି ବ୍ଲକରେ ଦାଦନ ଶ୍ରମିକର ମୃତ୍ୟୁ ଥମିବାର ନାମ ନେଉନାହିଁ। ପୁନଶ୍ଚ ଏହିପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତର ପୁତୁର ଗ୍ରାମରେ। ପୁତୁର ଗ୍ରାମର ଜୈରାଶ ଗମାଙ୍ଗ (୧୯) ପିତା ଅବିମେଲ ଗମାଙ୍ଗ ଯୁକ୍ତଦୁଇ ପାଠ ପଢିଲା ପରେ ଘରର ଆର୍ଥିକ ସ୍ଥିତି ଭଲନଥିବାରୁ ଗତ ଚାରି ମାସ ତଳେ ଦାଦନ ଖଟିବାକୁ ମହାରାଷ୍ଟ୍ର ଯାଇଥିଲେ। ସେଠାରେ ସେ କିଛି ମାସ କାମ କଲାପରେ ଅସୁସ୍ଥ ହୋଇପଡିଲେ ଆଉ କାମକୁ ଯାଇପାରିଲେ ନାହିଁ ଯେଉଁ ଟଙ୍କା କାମ କରି ରୋଜଗାର କରିଥିଲେ ତାହା ଚିକିତ୍ସା କରିବାରେ ସରିଗଲା ଶେଷରେ ବାଧ୍ୟ ହୋଇ ନିଜ ମାମୁଁ ସହିତ ଟ୍ରେନ ଯୋଗେ ଗ୍ରାମକୁ ଫେରୁଥିଲେ। ହେଲେ ଟ୍ରେନରେ ହିଁ ଗୁରୁତର ଅସୁସ୍ଥ ହୋଇ ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରି ଷ୍ଟେସନରେ ତାଙ୍କ ଜୀବନ ଚାଲିଯାଇଥିଲା। ସେଥିରେ ଟ୍ରେନ କର୍ମଚାରୀ ତାଙ୍କୁ ସେହିଠାରେ ଓଲ୍ହାଇ ଦେଇଥିଲେ। ତାଙ୍କ ମାମୁଁ ଶବକୁ ଜଗି ରହିଥିବାବେଳେ ସ୍ଥାନୀୟ ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ହସ୍ପିଟାଲ କୁ ନେଇଥିଲେ। ଅନ୍ୟ ପକ୍ଷରେ ପରିବାର ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିବା ବେଳେ ସେହିଠାରୁ ପୁଅର ଶବ ଆଣିବା ଟଙ୍କା ନଥିବାରୁ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଗୁହାରି କରିଛନ୍ତି ବିଧାୟକ ମଧ୍ୟ ସମସ୍ତ ବନ୍ଦୋବସ୍ତ କରିବେବୋଲି ପ୍ରତିଶୃତି ଦେଇଛନ୍ତି। ବର୍ତମାନ ଜୈରାଶ ର ବାପା ରାଜାମାନ୍ଦରି ଅଭିମୁଖେ ବାହାରିଥିବା ଜଣାପଡିଛି। ଶବ ଆଣିବା ନିମନ୍ତେ ଅର୍ଥ ନଥିବାହେତୁ ପରିବାର ଲୋକେ ସରକାରଙ୍କୁ ଗୁହାରିକରିଛନ୍ତି କିନ୍ତୁ କୌଣସି ବ୍ୟବସ୍ଥା ହେଉନଥିବା ବେଳେ । ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ତାଙ୍କ ପରିବାର ଲୋକ ଅବଗତ କରିଥିଲେ, ଏହି ଖବର ପାଇ ବିଧାୟକ ତୁରନ୍ତ ତାଙ୍କ ପରିଚିତ ଲୋକ ଙ୍କୁ କହି ରାଜମେନ୍ଦ୍ରୀ ଠାରୁ ଗଜପତି ଜିଲ୍ଲା ତାଙ୍କ ବାସ ଭବନ ପ୍ରଜନ୍ତ ଆଣିବା ପାଇଁ ବ୍ୟବସ୍ଥା କରିଥିବା ରୁ ଗ୍ରାମ ବାସି ଓ ତାଙ୍କ ପରିବାର ବିଧାୟକ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି, ସୂଚନା ପ୍ରକାରେ ତାଙ୍କ ମରଶରୀର ଆଜି ସନ୍ଧ୍ୟାରେ ପହଞ୍ଚିବା ବୋଲି ବିଶେଷ ଖବର ରୁ ଜଣାପଡିଛି