ଉମରକୋଟ ଅଞ୍ଚଳରେ ଡିଜେଲ ନ ମିଳୁଥିବା ଯୋଗୁ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ, ଚିନ୍ତାରେ ଚାଷୀ, ଆନ୍ଦୋଳନ ଧମକ ଦେଉଛନ୍ତି ଚାଷୀ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସପ୍ତାହ ଧରି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ଆଖ ପାଖ ଅଞ୍ଚଳ ରେ ଡିଜେଲ ମିଳୁ ନ ଥିବାରୁ ଏହାର ପ୍ରଭାବ ପଡ଼ିଛି ଚାଷ ଉପରେ। ଫଳରେ ନିଜ ଜମିକୁ କେମିତି ଚାଷ କରିବ ଏଥି ନେଇ ଚିନ୍ତାରେ ପଡ଼ିଛି ଚାଷୀ। ଉମରକୋଟ ଅଞ୍ଚଳର ଚାଷୀ ଏତେ ସଚେତନ ଯେ ଅ।ଣ୍ଡ।ମାନ କିମ୍ବା କେରଳରେ ମୌସମୀ ବର୍ଷ। ପହଞ୍ଚିବା କ୍ଷଣି ଖବର ରାତିରେ ପ୍ରଚାରିତ ହେବା ମାତ୍ରେ ତା ଆର ଦିନ ସକାଳୁ ଚାଷୀ ଜମିରେ ଚାଷ ଆରମ୍ଭ କରି ଦିଏ, ପ୍ରାୟ ୧୦ ରୁ ପ୍ରତିଦିନ ଭିତରେ ଜମି ଚାଷ କରିଦେବା ସହ ତଳି ବିହନ ପକାଇ ଦିଏ। ମୌସୂମୀ ବର୍ଷ। ଆରମ୍ଭ ହେଲାଣି ବୋଲି ଶୁଣିବା ସତ୍ତ୍ୱେ ଉମରକୋଟ ଅଞ୍ଚଳର ଚାଷୀ ବର୍ତ୍ତମାନ ସୁଦ୍ଧା ଜମିରେ ଟ୍ରାକ୍ଟର ଲଗାଇ ପାରୁ ନାହିଁ। ଏହାର କାରଣ ଟ୍ରାକ୍ଟରକୁ ଡିଜେଲ ମିଳୁ ନାହିଁ। ବର୍ତ୍ତମାନ ସୁଦ୍ଧା ମାତ୍ର ୫ ପ୍ରତିଶତ ଜମି ହିଁ ଚାଷ କାର୍ଯ୍ୟ ହେଇ ପାରିଛି ବୋଲି ଅନୁମାନ କରାଯାଉଛି। ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ଗ୍ରାମର ବିଶିଷ୍ଟ ଚାଷୀ ଚକ୍ରଧର ମାଳି ଙ୍କ କହିବା ହେଲା ଗତ ବର୍ଷ ଏହି ସମୟ ସୁଦ୍ଧା ୬୦ ପ୍ରତିଶତ ଜମି ଚାଷ ହେଇଯାଇ ଥିଲା। କିନ୍ତୁ ଡିଜେଲ ମିଳୁ ନ ଥିବାରୁ ଚାଷ କାର୍ଯ୍ୟ ହେଇ ପାରୁନି। ବୁର୍ଜ। ପମ୍ପରେ ଗୋଟିଏ ଟ୍ରାକ୍ଟରକୁ ପ୍ରତିଦିନ ୨୦୦୦ ହଜାର ଟଙ୍କାର ଡିଜେଲ ମିଳୁଥିବା ବେଳେ ଉମରକୋଟ ରେ ମାତ୍ର ୧ ହଜାର ଟଙ୍କାର ଡିଜେଲ ହିଁ ମିଳୁଛି।ତେବେ ଗୋଟିଏ ଲିଟର ଡିଜେଲରେ ଟ୍ରାକ୍ଟର ରେ ୧୫ ରୁ ୨୦ ମିନିଟ୍ ଚାଷ ହେବ। ସମ୍ବବ ହେଇ ପାରିବା ବେଳେ ୨ ହଜାର ଟଙ୍କାର ଡିଜେଲ ରେ ମାତ୍ର୪ ଘଣ୍ଟା ହିଁ ଜମି ଚାଷ ହେଇ ପାରୁଛି ବୋଲି ଚକ୍ରଧର କହିବା ସହ ୧୦ ଦିନ ତଳେ ଘଣ୍ଟ। ପିଛା ଚାଷ କରିବ। ପାଇଁ ଟ୍ରାକ୍ଟର ମାଲିକ ମାନେ ୮୦୦ ଟଙ୍କା ଦାବି କରୁଥିବା ବେଳେ ବର୍ତ୍ତମାନ ଏହା ୧ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି। ଅପରପକ୍ଷ ଏହି ଅଞ୍ଚଳ ର ଚାଷୀବଳଦ ଲଙ୍ଗଳ ଲଗାଇ ଚାଷ ଭୁଲି ଯାଇଥିବା ବେଳେ ଏହାଦ୍ୱାରା ଚାଷ କାର୍ଯ୍ୟ ସମ୍ବବ ନୁହେଁ କାରଣ ଅଧିକାଂଶ ଲୋକ ଙ୍କ ଘରେ ଆଉ ବଳଦ ଦେଖିବାକୁ ମିଳୁ ନାହିଁ ।ଯଦି ଚାଷ କାର୍ଯ୍ୟ ବିଳମ୍ବ ହେଲେ ଧାନ ରୋପଣ ବିଳମ୍ୱ ହେବ ଏହା ଦ୍ୱାରା ଅମଳ ପରିମାଣ କମିଯିବା ଚାଷୀ ଙ୍କ ଭୟ ଘାରିବ। ଆରମ୍ଭ କରି ଦେଇଛି। ତେବେ ଯଦି ସରକାର ଚାଷୀ ମାନଙ୍କ ପାଇଁ ଡିଜେଲ ପାଇଁ କିଛି ସ୍ୱତନ୍ତ୍ର ସୁବିଧା ନ କରନ୍ତି ତେବେ ଆରମ୍ଭ ହଜାର ହଜାର ସଂଖ୍ୟାରେ ଚାଷୀ ଉମରକୋଟ ଆସି ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ଚାଷୀ ମାନେ। ତୁରନ୍ତ ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କ ପାଇଁ ଡିଜେଲ ଯେପରି ସୁବିଧା ରେ ମିଳିବ ସେଥି ପାଇଁ ସ୍ୱତନ୍ତ୍ର ସୁବିଧା କରିବା ପାଇଁ ଦାବି କରିଛନ୍ତି।
