May 20, 2026

ଘର ଆଗରେ ଜଗି ବସିଲେ ଶତାଧିକ ମହିଳା , ପୋଲିସ ହାତରେ ଜିମା ଦେଲେ ମଦ ବେପାରୀ କୁ….. 

IMG-20260519-WA0010
Share

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ରାମତରା ଗ୍ରାମର ମହିଳା ଙ୍କ କଥା । ଯାହାକି ଚୋରା ମଦ କାରବାର କରୁଥିବା ବ୍ୟକ୍ତି ଙ୍କୁ ପାନେ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମର ଶତାଧିକ ମହିଳା । ଉକ୍ତ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ ମଦ ବିକ୍ରିକରୁଥିବା ଜାଣି ଉଭୟ ସ୍ବାମୀ ଓ ସ୍ତ୍ରୀ କୁ ପୋଲିସ୍ ଡାକି ଧରାଇଦେଇଛନ୍ତି ଗ୍ରାମ ର ମହିଳା ମାନେ । କୃଷ୍ଣ ଚନ୍ଦ୍ର ସେଠୀ ମଦ ବିକ୍ରି କରୁଥିବା ଜାଣି ରାମତରା ଗ୍ରାମର ପ୍ରାୟ ୧୦୦ ରୁ ଉର୍ଦ୍ଧ ମହିଳା ଏକଜୁଟ ହୋଇ କୃଷ୍ଣ ସେଠି ଘର ନିକଟକୁ ଯାଇଥିଲେ । ମଦ କାହିଁକି ବିକ୍ରି କରୁଛ ପଚାରିବାରୁ କୃଷ୍ଣ ଚନ୍ଦ୍ର ସେଠୀ ମହିଳା ମାନଙ୍କୁ ଗାଳି ଗୁଲଜ କରିଥିବା ନେଇ ମହିଳା ମାନେ ପ୍ରକାଶ କରିଛନ୍ତି । ଏମିତି କି ଧମକ ମଧ୍ୟ ମିଳିଛି ମହିଳାଙ୍କୁ ମାରିଦେବାକୁ । ମହିଳା ମାନେ ତୁରନ୍ତ ଏରସମା ପୋଲିସ କୁ ଫୋନ୍ କରିଥିଲେ । ଏରସମା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପୋଲିସ କୁ ଦେଖି କୃଷ୍ଣ ଚନ୍ଦ୍ର ସେଠୀ ଓ ତାଂକ ସ୍ତ୍ରୀ ଲୁଚି ପଳେଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଉଭୟଙ୍କୁ କାବୁ କରିଥିଲା ଓ ପରେ ଆସାମୀ ର ଘର ଓ ବାରି ସର୍ଚ୍ଚ କରାଯାଇଥିଲା । ସର୍ଚ୍ଚ କରିବାରୁ ମାଟି ତଳୁ ମଦ ବୋତଲ ବାହାରିଥିଲା । ଘଟଣା ସ୍ଥଳରୁ ମଦ,ଏକ କଟୁରୀ ସହିତ ଏକ ଫ୍ରିଜ ମଧ୍ୟ ପୋଲିସ ସିଜ଼ କରିଛି । ଉଭୟ ସ୍ବାମୀ ଓ ସ୍ତ୍ରୀ କୁ ଗିରଫ କରି ଏରସମା ପୋଲିସ ଥାନାକୁ ଆଣିଥିବା ଦେଖିବାକୁ ମିଳିଛି ।