ସ୍ୱତନ୍ତ୍ର ସଘନ ସଂଶୋଧନ SIR ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କୋରାପୁଟ ୧୮. ୦୫. ୨୬ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ବୈଠକରେ ଅନୁଷ୍ଠିତ ହୋଇଯାଇଛି I କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ସେପ୍ଟେମ୍ବର ୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳକୁ ବୁଥ୍ ଲେଭେଲ୍ ଏଜେଣ୍ଟ (BLA) ନିୟୋଜିତ କରି ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ସହାୟତା କରିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। SIR କାର୍ଯ୍ୟ ପାଇଁ ସମସ୍ତ BLOଙ୍କ ଟ୍ରେନିଂ ୨୦ ମେ ରୁ ଆରମ୍ଭ ହେବ। ଏହାପରେ BLOମାନେ ୩0 ମେ ରୁ ୨୮ ଜୁନ ମଧ୍ୟରେ ଘର-ଘର ବୁଲି ଭୋଟର ତାଲିକାର ତଥ୍ୟ ସଂଗ୍ରହ କରିବେ। ଯାଞ୍ଚ ସମୟରେ ଯଦି କୌଣସି ଭୋଟର ଅନୁପସ୍ଥିତ ଥାଆନ୍ତି, ତେବେ ବୁଥ ସ୍ତରୀୟ ଅଧିକାରୀ ସେହି ଘରକୁ ଅତିକମରେ ୩ ଥର ଯିବେ ବୋଲି ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ ERO, Dy. Collector (Election) ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
