June 2, 2024

ନନ୍ଦିନୀ ଙ୍କୁ ସହାୟତା କଲା ସମ୍ପର୍କ ପରିବାର…

Share

                                                                                                                                                                                                                          ମୋହନା–ଗଜପତି ଜିଲ୍ଲା ମୋହନା ବ୍ଲକ ସlନଖଣି ଗାଁର ଅସହାୟ ଝିଅ ନନ୍ଦିନୀ ଙ୍କୁ ସହାୟତାର ହାତ ବଢ଼ାଇଛି ଭୁବନେଶ୍ୱର ର ସମ୍ପର୍କ ପରିବାର l ରବିବାର ଏହି ସମ୍ପର୍କ ପରିବାର ଟିମ୍ ସlନଖଣି ଗାଁରେ ପହଞ୍ଚି ନନ୍ଦିନୀ ଙ୍କୁ ସହାୟତା ପ୍ରଦାନ କରିଛନ୍ତି l କିଛି ଖାଦ୍ୟ ସାମଗ୍ରୀ, କିରାଣି ଜିନିଷ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏହି ଟିମ l ସାମାଜିକ ଗଣମାଧ୍ୟମରେ ନନ୍ଦିନୀ ଙ୍କ ସମସ୍ୟା ସଂମ୍ପର୍କରେ ସେମାନେ ଦେଖିଥିଲେ l ସେଥିପାଇଁ ତାଙ୍କୁ କିଛି ସହାୟତା କରିଥିବା କହିଛନ୍ତି ସମ୍ପର୍କ ପରିବାର l ସଂପର୍କ ପରିବାରର ଆସିଥିବା ସମସ୍ତ ସଦସ୍ୟ ଡ୍ରାଇଭର ହୋଇଥିବା ବେଳେ ଏଥିପାଇଁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି l ଏହି ଟିମ୍ ରେ ପ୍ରକାଶ ମହାରଣା, ମନୋଜ ବେହେରା, ଅତୁଲ ମହାନ୍ତି, ପ୍ରଦୀପ ନାୟକ, ସୁରେଶ ନାଥ, କୁନା ପ୍ରଧାନ, କୈଳାଶ ରଣା ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ l