April 25, 2026

ପିପୁଲ୍ସ କଲେଜର ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

IMG-20230119-WA0028
Share

 

ବୁଗୁଡା : ତା ୧୯/୦୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ଛାତ୍ରୀମାନଙ୍କ ସକାଶେ ଗତ ୧୦ ତାରିଖରୁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉକ୍ତ ଶିବିରରେ +୨ ପ୍ରଥମ ବର୍ଷର ୨୦୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହାର ଉଦଯାପନୀ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଅଧ୍ୟକ୍ଷତା କରିଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଖଲ୍ଲିକୋଟ କଲେଜର ପ୍ରଫେସର ଅମ୍ରିତ୍ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ହରିକୃଷ୍ଣ ନାୟକ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣର ଉପାଦେୟତା ଓ ଆବଶ୍ୟକତା ସମ୍ପର୍କେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ପରିଚାଳିତ ଉକ୍ତ ଶିବିରରେ ମାଷ୍ଟର ଟ୍ରେନର୍ ଭାବେ ପୂଜାରାଣୀ ସ୍ବାଇଁ ଓ ସମିତା ଜେନା ଯୋଗ ଦେଇ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

You may have missed