୬୭ତମ ଓଡ଼ିଶା ପୋଲିସ ସହିଦ୍ ସ୍ମୃତି ଦିବସ ପାଳିତ

ଛତ୍ରପୁର, ତା. ୨୪/୧୦/୨୬(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡିଆ ଠାରେ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ୬୭ତମ ଓଡ଼ିଶା ପୋଲିସ ସହିଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ୍ ବିସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ୍ ସ୍ମାରକ ରେ ପୁଷ୍ପ ଗୁଚ୍ଛ ଦେଇ ଅର୍ପଣ କରିବା ସହିତ ପୋଲିସ ପ୍ୟାରେଡ୍ ରେ ଅଭିବାଦନ କରିଥିଲେ । ଏହି ଅବସରରେ ଯେଉ ମାନେ ଦେଶ ତଥା ଓଡ଼ିଶାର ଜନ ମଙ୍ଗଳ ପାଇଁ ପ୍ରାଣ ବଳି ଦେଇ ଥିବା ୧୫୪ ଜଣ ପୋଲିସ କର୍ମଚାରୀ ଙ୍କ ନାମ ପାଠ କରାଯାଇ ବିରତ୍ୱକୁ ସ୍ମରଣ କରାଯାଇଥିଲା ଏବଂ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବାର୍ତ୍ତାକୁ ପାଠ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ ନାୟକ ,ଏସପି ହେଡ କ୍ୱାଟର୍ ପ୍ରସନ୍ନ ଦାସ , ଇନ୍ସପେକ୍ଟର ହେଡ କ୍ୱାଟର ସୁଶାନ୍ତ ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାଧନ ଜିଲ୍ଲା ମୁଖ୍ୟାଳୟ ର ସମସ୍ତ ପୋଲିସ ଅଧିକାରୀ ଗଣ ଉପସ୍ଥିତ ରହି ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ଏଥି ସହିତ ପ୍ୟାରେଡ୍ ପରିଚାଳକ ରିଜର୍ଭ ଇନ୍ସପେକ୍ଟର ସୁରେଶ ବଳିଆରସିଂ, ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ ଙ୍କ ସମେତ ଅନ୍ୟ ପୋଲିସ ଅଧିକାରି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ
