April 26, 2026

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କୋଟିଆ ଏବଂ ଦେଓମାଳି ଗସ୍ତ  ହିତାଧିକାରୀଙ୍କୁ ଜବକାର୍ଡ, ନୂତନ ଭତ୍ତା ଏବଂ ଜଙ୍ଗଳ ଜମି ପଟ୍ଟା ପ୍ରଦାନ 

IMG-20251018-WA0064
Share

 

 

 

କୋରାପୁଟ,୧୮।୧୦() ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର କୋଟିଆ ଏବଂ ଦେଓମାଳି ଗସ୍ତ କରି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। କୋଟିଆରେ ନୂତନ ହିତାଧିକାରୀ ଙ୍କୁ ଜବ କାର୍ଡ,ନୂତନ ଭତା,ନୂତନ ରେଶନ କାର୍ଡ, ମହିଳା ସ୍ଵୟସହାୟକ୍ ଗୋଷ୍ଠୀ ଋଣ ପ୍ରଦାନ ଏବଂ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ।ସେଠାରୁ ସେ କୋଟିଆରେ ନିର୍ମାଣ ହୋଇଥିବା ସରକାରୀ ଡାକ ବଙ୍ଗଳା ଠାରେ ପ୍ରଶାସନ ସହ ରୁଦ୍ଧ ଦ୍ଵାରା ଆଲୋଚନା କରିଥିଲେ।ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମାଣ ହୋଇଥିବା କଟେଜରେ ପହଞ୍ଚିଥିଲେ।ସେଠାରେ ଏକ ବର ଗଛ ଚାରା ଟିକୁ ରୋପଣ କରିବା ସହ କଟେଜ ଗୁଡ଼ିକୁ ଦେଖି ଫେରିଯାଇଥିଲେ। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଆଇଏଏସ ପ୍ରୋବେସନାରୀ ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଟିଆ ସରପଞ୍ଚ ଲୀୟୁ ଗେମେଲ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ,ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ, ଏଇଇ ବିଶ୍ଵନାଥ ମାଦେଲି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଟ୍ଟାଙ୍ଗିର ଅଧିକାରୀ ଡ଼ ଭାଗବତ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହାପରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ଠାରେ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ପ୍ରକ୍ରିୟାକରଣ ଉପରେ ପଚାରି ବୁଝିଥିଲେ। କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ।