ରାଜସୁନାଖଳା ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୋଲଗଡ ବ୍ଲକରେ ଆମ ଓଡିଶା ଶାଖା ଗଠନ।

ବୋଲଗଡ,୧୮/୧୦(ଉପାନ୍ତ ଖବର): ପ୍ରାକ୍ତନ ଶିକ୍ଷକ ବୈକୁଣ୍ଠ ମହାରଣାଙ୍କ ଆବାହକତ୍ୱରେ ଓ ବରିଷ୍ଠ ଶିକ୍ଷାବିତ୍ ତଥା ପାଞ୍ଚଗଡ଼ ରତ୍ନ କାଳୀ ଚରଣ ଜୟ ସିଂହଙ୍କ ସଭାପତିତ୍ୱରେ ବୋଲଗଡ ଆମ ଓଡିଶା ଶାଖାର ସାଧାରଣ ବୈଠକ ରାଜସୁନାଖଳା ସ୍ଥିତ ପ୍ରଜାପିତା ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାରଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ସତ୍ୟବାଦୀ ବଳିୟାରସିଂହ, ମୁଖ୍ୟବକ୍ତାଭାବେ ପ୍ରସନ୍ନ କୁମାର ଶ୍ରୀ ଚନ୍ଦନ ଓ ସମ୍ମାନିତ ଅତିଥିଭାବେ ବ୍ରହ୍ମl କୁମାରୀ ରଶ୍ମିତା, ବରିଷ୍ଠ ଶିକ୍ଷକ ସୁମନ୍ତ କୁମାର ଛୋଟରାୟ, ବସନ୍ତ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମର ଶିକ୍ଷକ ଦୃର୍ଯ୍ୟଧନ ସୁବୁଦ୍ଧି ବେଦପାଠ କରିଥିଲେ l ବ୍ରହ୍ମl କୁମାରୀ ରଶ୍ମିତା ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ବୈକୁଣ୍ଠ ମହାରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l’ ଆମ ଓଡିଶା’ କାର୍ଯ୍ୟକ୍ରମରେ ବହୁ କବି ଓ କବୈତ୍ରୀମାନେ ଯୋଗଦେଇ ସ୍ୱ-ରଚିତ କବିତା ପାଠ କରିଥିଲେ l ଓଡ଼ିଶାରେ ଓଡ଼ିଆ ଭାଷା ଓ ଶିକ୍ଷାର ପ୍ରସାର, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ପରିବେଶ ସୁରକ୍ଷା, ରକ୍ତଦାନ, ମହତ୍ୱ କର୍ମ, ବରିଷ୍ଠ ନାଗରିକ ମାନଙ୍କର ନୂଆ ଜୀବନ ସମ୍ପର୍କରେ କାର୍ଯ୍ୟ କରିବା ଆମ ଓଡିଶାର ଲକ୍ଷ ଓ ଉଦେଶ୍ୟ ବୋଲି ସମସ୍ତ ନିମନ୍ତ୍ରିତ ଅତିଥିମାନେ ତାଙ୍କ ଅଭିଭାଷଣରେ ମତ ପ୍ରକାଶ କରିଥିଲେ l ଏଥିପାଇଁ ବୋଲଗଡ ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣ ମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟ ଅତିଥି ସତ୍ୟବାଦୀ ବଳିୟାର ସିଂହ କହିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ପ୍ରଜାପିତା ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଉଣୀମାନେ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଶିକ୍ଷକ ସାନନ୍ଦ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
