April 26, 2026

କୋଇଲା ମାଇନ୍ସ ରେ ଠିକା ସଂସ୍ଥା ମାଛ ତେଲରେ ମାଛ ବାଜୁଥିବା ଅଭିଯୋଗ ଆଣିଲେ ବିଧାୟକ।

IMG-20251018-WA0054
Share

 

 

ଜଗନ୍ନାଥ ଓସିପି ର ଗଛିତ କୋଇଲା ନମ୍ବର ୪ରେ ଅବୈଧ କୋଇଲା ଡମିଂ ଏବଂ ତାଳଚେର କୋଲ୍ ଫିଲ୍ମସରେ ମାଧ୍ୟମରେ କୋଇଲା ଚୋରି ଓ ଅପବ୍ୟବହାର ଘଟଣାର ତୁରନ୍ତ ମାମଲା ପଞ୍ଜୀକରଣ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ତାଳଚେର ବିଧାୟକ। ଗତକାଲି ୧୬ ଅକ୍ଟୋବର ୨୦୨୫ ସନ୍ଧ୍ୟା ୫ ଟା ୩୦ ସମୟରେ ସମୟରେ।

ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ବିଧାୟକ ପହଞ୍ଚିଲା ବେଳକୁ M/S BLA ନାମକ ଠିକାଦାରୀ ସଂସ୍ଥାର ଡମ୍ଫରଗୁଡିକ ବିନା କୌଣସି ଅଧିକୃତ ଅନୁମତି, ନିମନ୍ତ୍ରଣ କିମ୍ବା ରେକର୍ଡରେ ଜଗନ୍ନାଥ ଓସିପି ରେ ଅବୈଧ ଭାବେ କୋଇଲା ଡମିଂ କରୁଥିବା ବେଳେ ଦେଖିଥିଲେ । ବିଧାୟକଙ୍କ ସୂଚନା ମୁତାବକ ଜଗନ୍ନାଥ ଓସିପି ର ବେଆଇନ କୋଇଲା ଖନନ କରି ଗଛିତ ରଖିବା ଓ ଯେଉଁ ସ୍ଥାନରୁ କୋଇଲା ଖନନ କରାଯାଉଚି ସେଠାରେ ମାଟି ଭର୍ତି କରିବା ବଦଳରେ ପୁଣି ସେଇ ସ୍ଥାନରେ ଗଛିତ କୋଇଲା କୁ ଭର୍ତି କରି ଦେଶର ରାଜସ୍ଵ ନଷ୍ଟ କରିବା ସହ ବେଆଇନ୍ ଭାବେ ଅର୍ଥ ଉପାର୍ଜନ କରିବା ନେଇ ଆଜି ଜିଲ୍ଲାପାଳ ଓ ଏସପି ଅଭିଯୋଗ କରିଥିବା ନେଇ ସୂଚନା ଦେଇଛନ୍ତି। ଏହାର ପ୍ରମାଣ ପାଇଁ ସ୍ଥାନୀୟ ଅଞ୍ଚଳ ର ସିସି ଟିଭି କ୍ୟାମେରା ଜବତ କରି ଠିକା ସଂସ୍ଥା ନାମରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି।