April 26, 2026

ପରିବା ଗାଡି ଲୁଟ ପାଇଁ ଚାଳକକୁ ଆକ୍ରମଣ

IMG-20251018-WA0053
Share

 

 

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଗ୍ରାମ ନିକଟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ପରିବା ଗାଡି ରୁ ଲୁଟ୍ ଉଦ୍ୟମ କରିଥିବା ବେଳେ ଚାଳକକୁ ଆକ୍ରମଣ। ଘଟଣା ସ୍ଥଳରେ ପାଟ୍ରୋଲିଂ ଗାଡି ପହଞ୍ଚିବାରୁ ଘଟଣା ସ୍ଥଳରୁ ଡକାୟତ ମାନେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

ଛତିଶଗଡ଼ ଅଞ୍ଚଳରୁ ପରିବା ନେଇ କଟକ ଯାଉଥିବା ବେଳେ ନୁଆହତା ଗ୍ରାମ ନିକଟ ଜାତୀୟ ରାଜପଥ ଉପରେ ରାତି ୧ଟା ବେଳେ ବାଇକରେ ତିନି ଜଣ ବ୍ୟକ୍ତି ଆସି ପରିବା ଗାଡି ଆଗରେ ହଠାତ୍ ବ୍ରେକ ମାରିବାରୁ ଦୁର୍ଘଟଣା ଘଟିବା ଭୟରେ ପରିବା ଗାଡି ମଧ୍ୟ ବ୍ରେକ ମାରିଥିଲେ। ଯାହା ଫଳରେ ବାଇକରେ ଥିବା ତିନି ଜଣ ବ୍ୟକ୍ତି ପରିବା ଗାଡ଼ିରେ ଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଭୁଜାଲି ଏବଂ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ପ୍ରିତମ ସେଠ ଘର ବଲାଙ୍ଗୀର ବୋଲି ଜଣା ପଡିଛି। ଦୁବୃର୍ତ୍ତ ମାନେ ଆକ୍ରମଣ କରୁଥିବା ବେଳେ ପୋଲିସ ପାଟ୍ରୋଲିଂ ଗାଡି ପହଞ୍ଚିବାରୁ ଦୁବୃର୍ତ୍ତ ତିନିଜଣ ସେଠାରୁ ଫେରାର ହୋଇ ଯାଇଥିଲେ। ତେବେ ଏହିପରି ଲୁଟ ଘଟଣା କୁ ଅଞ୍ଚଳ ବସି ଦୃଢ ନିନ୍ଦା କରିଛନ୍ତି।