June 16, 2026

ସ୍କୁଟି ଦୁର୍ଘଟଣା ରେ ଯୁବକମୃତ ଓ ଅନ୍ୟଜଣେ ଆହତ   

hand
Share

ତିର୍ତ୍ତୋଲ ତା 15/6/2026 ଏକ ମର୍ମନ୍ତୁତ ଦୁର୍ଘଟଣା ରେ ଗତ ରଜସଂକ୍ରାନ୍ତି ଅପରାହ୍ନ ୨ ଟା ୪୫ମିନିଟ ସମୟ ରେ ଜଣେ ଗୁରୁତ୍ତର ଆହତ ହୋଇଥିବାବେଳେ ଆଉଜଣେ ଯୁବକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବାର ଦୁଖଦଃ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଖବରଅନୁଯାଇ ରଜସଂକ୍ରାନ୍ତି ଦିନ ଅପରାହ୍ନ ରେ ଝଙ୍କଡ଼ ସାରଳାପୀଠ ରୁ ମାଆଙ୍କ ଦର୍ଶନ ସାରି କୁଜଙ୍ଗ ବଗୋଇ ଗ୍ରାମର ବିପିନ ମଲ୍ଲିକ ଙ୍କ ପୁଅ ଆଶୁତୋଷ ମଲ୍ଲିକ (17) +2 ଛାତ୍ର ଓ ତାଙ୍କର ସାଙ୍ଗ କଟକ ସାହୁ ନିଜ ଘରକୁ ଏକ ସ୍କୁଟିରେ ଫେରିବା ବାଟରେ, ତେନ୍ତୁଳିପଦା ସ୍କୁଲ ପାଖରେ ଏକ ବିଦ୍ୟୁତଖୁଣ୍ଟରେ ପିଟିହୋଇଥିବା ବେଳେ, ଗାଡିରେ ବସିଥିବା ଆଶୁତୋଷ ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ, ଚାଳକ କଟକ ସାହୁ ଗୁରୁତ୍ତର ଆହତ ହୋଇଚିକିଶ୍ଚିତ ହେଉଛନ୍ତି l ସୂଚନା ଯୋଗ୍ୟ ଦୁଇବର୍ଷପୂର୍ବରୁ ସେହି ରାସ୍ତାକଡ଼ ବିଦ୍ୟୁତଖୁଣ୍ଟ ରେ ପିଟିହୋଇ ମୂଳିସିଂହ ସହର ପ୍ରଶାନ୍ତ ଓଝା ନାମକ ଯୁବକ ମଧ୍ୟ ସେଠାରେ ମୃତ୍ୟୁ ବରଣ କରିଥିଲେ l ତେଣୁ ଏଠାରେ ଥିବା ବିଦ୍ୟୁତ ଖୁଣ୍ଟ କୁ ତୁରନ୍ତ ସ୍ଥାନାନ୍ତରଣ କରିବାକୁ ସାଧାରଣରେ ଦାବୀ ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର