June 18, 2026

ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ 

IMG-20251018-WA0056
Share

 

ବୁଗୁଡ଼ା : ତା ୧୮/୧୦/୨୫: ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଜନୈକା ବୃଦ୍ଧା ବିଷଧର ସାପ କାମୁଡାରେ ମୃତ୍ଯୁବରଣ କରିଥିବା ଜଣାଯାଇଛି। ମୃତା ବୃଦ୍ଧା ଜଣକ ହେଲେ ଛାୟା ପ୍ରଧାନ (୭୫) । ଘଟଣାରୁ ପ୍ରକାଶ ଯେ, ଛାୟା ଘରେ ବାସନ ମାଜୁଥିବା ସମୟରେ ଏକ ବିଷଧର ସାପ ତାଙ୍କର ହାତକୁ କାମୁଡି ଦେଇଥିଲା।ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ ଏବଂ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚିଥିବା ଜଣାଯାଇଛି।

You may have missed