ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରୋହନ ଜାତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ସାମିଲ ହେଲେ

IMG-20250918-WA0122
Share

 

 

ପାରଳାଖେମୁଣ୍ଡି:୧୮/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବକ୍ସିସାହିରେ ରହୁଥିବା ଡ.ଶଂକର ପ୍ରସାଦ ବକ୍ସିଂକ ପୌତ୍ର ରୋହନ ବକ୍ସି ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି। ସେ ଶିବଦତ୍ତ ବକ୍ସି ଓ ଅର୍ଚ୍ଚନା ବକ୍ସିଂକ ପୁଅ ଅଟନ୍ତି. ଭୂବନେଶ୍ୱରସ୍ଥିତ ଲୋୟୋଲା ସ୍କୁଲରୁ କ୍ରୁତିତ୍ୱର ସହ ଦଶମ ଆଇସିଏସ୍ଇ ପରୀକ୍ଷାରେ ୯୩.୬℅ ରଖି କ୍ରୁତକାର୍ଯ୍ୟ ହୋଇଥିଲେ।ଏକାଧାରାରେ ମେଧାବୀ ଛାତ୍ର ହିସାବରେ ନିଜର ଗୌରବ ରଖି କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ରହିଛି।ଗତବର୍ଷ ଅଣ୍ଡର-୧୭ରେ ଓଡ଼ିଶା ସ୍କୁଲ ଟିମ୍ ତରଫରୁ ଭୋପାଳ ଠାରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ ରୋହନଙ୍କ ଜେଜେବାପା ତଥା ପାରଳାଖେମୁଣ୍ଡି ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଶଂକର ପ୍ରସାଦ ବକ୍ସି ମଧ୍ୟ ନିଜ କଲେଜ ଜୀବନରେ କ୍ରିକେଟ ଖେଳାଳି ଥିଲେ. ରୋହନଂକ ଏହି ବିରଳ ସଫଳତା ପାଇଁ ସବୁ ସ୍ତରରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି .