April 28, 2026

କୁଆଁନଳା ସ୍କୁଲରେ ଶିକ୍ଷକ ଅଭାବ, ଗେଟରେ ତାଲା ପକାଇ ଅଭିଭାବକଙ୍କ ପ୍ରତିବାଦ , ଡେପୁଟେସନରେ ଶିକ୍ଷୟିତ୍ରୀ ନିଯୁକ୍ତ 

IMG-20250918-WA0143
Share

 

ବୁଗୁଡା : ତା ୧୮/୦୯/୨୫ : ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତ ଅନ୍ତର୍ଗତ କୁଆଁନଳା ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଜଣେ ମାତ୍ର ଶିକ୍ଷକରେ ଚାଲିଥିବାରୁ ଶିକ୍ଷକ ଅଭାବ ପୂରଣ ଦାବିରେ ଆଜି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଥିବା ବେଳେ ସେମାନଙ୍କ ଦାବି ପୂରଣ ହୋଇଥିବା ଜଣାଯାଇଛି। ପ୍ରକାଶ ଯେ, ପ୍ରଥମରୁ ପଞ୍ଚମ ଶ୍ରେଣୀରେ ମୋଟ ୫୩ ଜଣ ପିଲା ପଢୁଥିବା ଏହି କୁଆଁନଳା ସରକାରୀ ପ୍ରାଥମିକ ବିଦ୍ୟାଳୟଟିରେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ରହିଥିଲେ। ଶିକ୍ଷୟିତ୍ରୀ ଜଣଙ୍କର ଉପସ୍ଥିତିରେ ଅନିୟମିତତା ହେତୁ ଗୋଲିଆ ନୂଆସାହି ପ୍ରାଥମିକ ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀ ଏଠାକୁ ଡେପୁଟେସନରେ ଆସିଥିଲେ। ତାଙ୍କୁ ପୁଣି ତାଙ୍କର ଗୋଲିଆ ସ୍କୁଲକୁ ଫେରାଇ ନିଆଯିବା ପରେ କୁଆଁନଳା ସ୍କୁଲଟି ଦୁଇ ମାସ ହେଲା ଜଣେ ମାତ୍ର ଶିକ୍ଷକରେ ଚାଲିଥିବାରୁ ପାଠପଢ଼ାରେ ସମସ୍ଯା ଦେଖା ଦେଇଥିଲା। ଏ ନେଇ ସ୍କୁଲର ଅଭିଭାବକବୃନ୍ଦ ସ୍ଥାନୀୟ ଶିକ୍ଷା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ପ୍ରତିକାର ବ୍ୟବସ୍ଥା ହୋଇପାରୁନଥିଲା। ତେଣୁ ବାଧ୍ୟ ହୋଇ ଅଭିଭାବକବୃନ୍ଦ ଆଜି ସକାଳେ ସ୍କୁଲ ଗେଟରେ ତାଲା ପକାଇ ତାହା ସମ୍ମୁଖରେ ଦୃଢ ପ୍ରତିବାଦ କରିଥିଲେ। ଏ ଖବର ପାଇ ବ୍ଲକ ଏବିଡିଓ ଧର୍ମରାଜ ପରିଡା ଏବଂ ସିଆରସିସି ସୁନିତା ପାଣିଗ୍ରାହୀ ସେଠାରେ ପହଞ୍ଚି ଅଭିଭାବକମାନଙ୍କୁ ବୁଝାଶୁଝା କରିଥିବା ବେଳେ ସେହି ସ୍କୁଲକୁ ଚଢିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗିତାଞ୍ଜଳୀ ପାତ୍ରଙ୍କୁ ତୁରନ୍ତ ଡେପୁଟେସନରେ ପଠାଯାଇଥିବା ନେଇ ବିଇଓ ଚିନ୍ମୟ ମହାପାତ୍ରଙ୍କଠାରୁ ପ୍ରକାଶ ପାଇଛି।

You may have missed