ମେଗା ରକ୍ତଦାନ ଶିବିରରେ ରକ୍ତଦାନ କରିଲେ ପୁରୀ ଟାଉନ ସ୍ବର୍ଣ୍ଣକାର ସଂଘର ସଦସ୍ୟମାନେ

ପୁରୀରେ ମୋଦିଜୀଙ୍କ ଜନ୍ମଦିନ ଉପଲକ୍ଷେ ପବିତ୍ର ବିଶ୍ୱକର୍ମା ପୂଜାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ରକ୍ତଦାନ ଶିବିରରେ ପୁରୀଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଅଂଶଗ୍ରହଣ କରିଥିବାବେଳେ ପୁରୀ ଟାଉନ ସ୍ବର୍ଣ୍ଣକାର ସଂଘର ସମ୍ପାଦକ ପ୍ରକାଶ କୁମାର ସାହୁଙ୍କ ଆହ୍ୱାନ କ୍ରମେ ବ୍ରହ୍ମଗିରି ସ୍ବର୍ଣ୍ଣକାର ସଂଘ ର ସଭାପତି ପ୍ରତାପ ସାହୁ, ସମ୍ପାଦକ ସୁରେଶ ମହାରଣା, ନିମାପଡା ର ଉପସଭାପତି ଭରତ ଚନ୍ଦ୍ର ସାହୁଙ୍କ ସମେତ କାକଟପୁର, ପିପିଲି, କୃଷ୍ଣପ୍ରସାଦ, ଗୋପ ଇତ୍ୟାଦି ବ୍ଲକର ସ୍ବର୍ଣ୍ଣକାର ମାନେ ଯୋଗଦାନ କରି ରକ୍ତଦାନ କରିଥିଲେ l ସ୍ବର୍ଣ୍ଣକାର ସଂଘର ଏଭଳି ଆଗ୍ରହକୁ ଜିଲ୍ଲା ସମ୍ପାଦକ ପ୍ରକାଶ କୁମାର ସାହୁ ଭୁରି ପ୍ରଶଂସା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
