April 29, 2026

“ଏକ ପେଡ ମା କେ ନାମ ୨.୦ ” ଆହ୍ୱାନରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସାରା ଦେଶରେ ବୃକ୍ଷରୋପଣ ଭଳି ମହତକର୍ମ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏକ ସକରାତ୍ମକ ପଦକ୍ଷେପ

IMG-20250918-WA0017
Share

ଉମରକୋଟ:(ଏମ୍.ଦୀନା°ଶୁ ଆଚାରୀ) “ଏକ ପେଡ ମା କେ ନାମ ୨.୦ ” ଆହ୍ୱାନରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସାରା ଦେଶରେ ବୃକ୍ଷରୋପଣ ଭଳି ମହତକର୍ମ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏକ ସକରାତ୍ମକ ପଦକ୍ଷେପ l ଏହି ଅବସରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜlମରୁଣ୍ଡl ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ମାଝିଙ୍କ ତତ୍ୱାବଧାନରେ ଓ ଜିଲ୍ଲାର ଇକୋ କ୍ଲବ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ତଥା ସେମାନଙ୍କ ମା ‘ଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସକlଳ ୭ଘଟିକା ରୁ ଆରମ୍ଭ ହୋଇ ଦିନ ୧୨ଯାଏଁ ଚାଲି ଥିଲା, ବିଦ୍ୟାଳୟର ସବୁଜ ବାହିନୀ, ଶିକ୍ଷକ ଶ୍ରୀ ପ୍ରିୟବ୍ରତ, ପ୍ରଧାନ, ଶ୍ରୀ ଅଭିନ୍ନ ଦାସ, ଶ୍ରୀ ବାଲୁଙ୍କେଶ୍ୱର ପ୍ରଧାନ, ଶ୍ରୀପତି ମାଝୀ, ଶ୍ରୀ ଆଲୋକ କୁମାର ଷଣ୍ଢ, ଶ୍ରୀ ରମାକାନ୍ତ ମହାରଣା, ଶ୍ରୀମତୀ ଅନିନ୍ଦିତା ରାୟ, ସୁଶ୍ରୀ ଶୈଳବାଳା ସାହୁ, ଶ୍ରୀମତୀ ସୋନାଲି ଶେତପଦ୍ମା ବାରିକ,ଶ୍ରୀ ଅନିଲ ପାତ୍ର ସୁଶ୍ରୀ ସର୍ବାଣୀ ମଣ୍ଡଳ, ଶ୍ରୀ ସୁନୀଲ ବେହେରା, ସୁଶ୍ରୀ ଡାଳିମ୍ବ ଭତ୍ରା ଓ ଶ୍ରୀ ସିଦ୍ଧେଶ୍ୱର ନାୟକ ଓ ଗବିଦ୍ୟାଳୟ ପରିଚାଳନା କମିଟିର ସହଯୋଗରେ ଏହି କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା, ପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ, ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିଲା, ଯୁକ୍ତ ଦୁଇର ଛାତ୍ରଛାତ୍ରୀ ଏହାକୁ ସୁନ୍ଦର ଭାବେ ଆୟୋଜନ କରିଥିଲେ l ଅଧ୍ୟକ୍ଷ ତଥା ଶିକ୍ଷକ ଶ୍ରୀକ୍ଷୟିତ୍ରୀ ବିଦ୍ୟାଳୟ ର ନୀତି ଓ ଆଦର୍ଶ ସଂପର୍କରେ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ l ଏହାକୁ ପରିଚାଳନା କରିଥିଲେ ଡ଼କ୍ଟର ପ୍ରଦୀପ କୁମାର ମିଶ୍ର l

You may have missed