ବିବାହିତ ମହିଳା ଙ୍କ ସଂନ୍ଦେହ ଜନକ ମୃତ୍ୟୁ। ସ୍ବାମୀ ଅଟକ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ବିବାହିତ ମହିଳା ଙ୍କ ସଂନ୍ଦେହ ଜନକ ମୃତ୍ୟୁ। ମୃତକ ମହିଳା ଜଣକ ହେଲେ ରଂଞ୍ଜିତା ତ୍ରିପାଠୀ। ଗୁଣୁପୁର ଡମ୍ବସରା ପଞ୍ଚାୟତ ର ନାୟବ ସରପଞ୍ଚ ରହିଛନ୍ତି। ମହିଳା ଜଣକ ନିଜ ଘର ପଦ୍ମପୁର ବ୍ଲକ୍ ପେରୁପାଙ୍ଗ ଗ୍ରାମ ରହିଥିବା ବେଳେ ଗୁଣୁପୁର ବ୍ଲକ୍ ଡମ୍ବସରା ପଞ୍ଚାୟତ ର ଆପନାଗୁଡା ଗ୍ରାମରେ ନରସିଂହ ତ୍ରିପାଠି କୁ ବିବାହ କରି ରହୁଥିଲେ। ସ୍ବାମୀ କୁ ଅଟକ ରଖି ଗୁଣୁପୁର ପୋଲିସ୍ ତଦନ୍ତ ଜାରି ରଖିଛି। ମୃତକ ମହିଳା ଙ୍କୁ ତାଙ୍କ ସ୍ବାମୀ ନିର୍ଯ୍ୟାତନା ଦେଇଆସୁଥିବା ସହ ମରଣାନ୍ତକ ମାଡ ମାରୁଥିଲେ। ଗତକାଲି ଅପରାହ୍ନରେ ମୃତକ ମହିଳା ଙ୍କ ଝିଅ ତାଙ୍କ ମାମୁଁ ମୃତ୍ୟୁ ଖବର ଜଣାଇଥିଲେ । ମହିଳା ଙ୍କ ଭାଇ ଶବକୁ ଦେଖି ଗୁଣୁପୁର ଥାନାରେ ଦ୍ବାରସ୍ତ ହୋଇଥିଲେ। ନିର୍ଯ୍ୟାତନା ଦିଆଯାଇଥିବା ଅଭାଯୋଗ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଏହା ହତ୍ୟା ନା ଆତ୍ମହତ୍ୟା ତାର ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି।
