September 11, 2026
ajiro khabar
Share

 

 

୧-ଓଡ଼ିଶାରୁ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

 

୨-ୟୁଏଇରେ ଓଡ଼ିଶା ନିବେଶ ସମ୍ମୀଳନୀ:ଆଉ ୮୪୧୭ କୋଟିର ନିବେଶ ପ୍ରସ୍ତାବ ଓ ୧୪୩୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା।

 

୩-ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ, ଦକ୍ଷିଣ -ପଶ୍ଚିମରେ ପ୍ରବଳ ବର୍ଷିବ।

 

୪-ଓଡ଼ିଶାକୁ ଆସିବ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ, ଦୁବାଇରେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ।

 

୫-ପୁରୀ ବେଳାଭୂମିରେ ପ୍ରଥମ ଥର ନିୟୋଜିତ ହେବେ ମହିଳା ଲାଇଫ୍‌ଗାର୍ଡ: ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ତାଲିମ।

 

୬-ନୂଆଁଖାଇ ସମୟରେ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା, ବିଭିନ୍ନ ଦାବି ନେଇ ଆଜି ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ।

 

୭-ସେପ୍ଟେମ୍ବର ୧୪ରେ ଭାରତ ମସଲାର ୨୭ତମ ଭାରତ ପ୍ରତିଭା ସମ୍ମାନ, ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିବ ଭାରତ ଗୌରବ ସମ୍ମାନ।

 

୮-ଡେରାବିଶ,ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ:ସ୍କୁଲ ଭିତରେ ମଦ୍ୟପାନ କରି ଶୋଇପଡିଥିଲେ ପ୍ରଧାନଶିକ୍ଷକ, ଚାକିରିରୁ ହେଲେ ନିଲମ୍ବିତ।

 

୯-ବଲାଙ୍ଗିରରେ ଧରାପଡ଼ିଲା ସାଇବର ଠକେଇର ନୂଆ ନେଟୱର୍କ;୪ ଗିରଫ।

 

୧୦-ମାଲକାନଗିରିରେ ମ୍ୟାଲେରିଆ ଆତଙ୍କ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍।

 

୧୧-ଓଡ଼ିଶାରେ ବଢୁଛି ମନ୍ଦିର ଲୁଟ୍, ଦେବଦେବୀଙ୍କ ମୂର୍ତ୍ତି ଓ ଅଳଙ୍କାର ଉପରେ ଏବେ ଦୁର୍ବୃତ୍ତଙ୍କ ନଜର।

 

୧୨-IRCTC ମନି ଲଣ୍ଡ୍ରିଂ ମାମଲା: ଅଡ଼ୁଆରେ ଲାଲୁ ପରିବାର, ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲେ ଅଦାଲତ।

 

୧୩-ଆମେରିକା ରିପୋର୍ଟରେ ଦାବି:ଭାରତ ରଖିଛି ୧୯୦ ପରମାଣୁ ବୋମା,ଆଉ ୩୫ ବୋମା ତିଆରି ପାଇଁ ରହିଛି ପ୍ଲୁଟୋନିୟମ।

 

୧୪-ଜାତିସଂଘ ପରମାଣୁ ନିରୀକ୍ଷଣ ସଂସ୍ଥା କଲା କନଫର୍ମ,ଇରାନର ପିକ୍ୟାକ୍ସ ମାଉଣ୍ଟେନ୍‌ରେ ଚାଲିଛି କାର୍ଯ୍ୟକଳାପ

 

୧୫-ଦୁବାଇ: ମହିଳା ଏସିଆ କପ୍ ଫାଇନାଲରେ ଭାରତ। ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ହରାଇଲା।

 

୧୬-ଚେନ୍ନାଇ:୧୪ ବର୍ଷ ପରେ ପୂର୍ବାଞ୍ଚଳ ଆନ୍ତଃଜୋନ ପ୍ରଥମଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଦୁଲଫି ଟ୍ରଫି ଚାମ୍ପିଅନ ଆଖ୍ୟା ଅର୍ଜନ କଲା।

 

୧୭-ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପାଇଁ ଫିଟ୍ ବୁମରା, ହର୍ଷିତ ରାଣା ଦଳରୁ ବାଦ୍: ଏସିଆନ ଗେମ୍ସ ପୂର୍ବରୁ ବୋଲିଂ ଆଟାକ୍ ମଜଭୁତ୍।

 

୧୮-ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ଜିନପିଙ୍ଗ, ସାତ ବର୍ଷ ପରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି।

 

୧୯-ଟ୍ରମ୍ପଙ୍କ ବଡ଼ ଘୋଷଣା:ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭା ଓ ସିନେଟ୍‌ରେ ବହୁମତ ବଜାୟ ରଖିଲେ,ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!

 

୨୦-ଚୀନ, ‘କିଂଡାଓ’ (Qingdao) ବନ୍ଦର:ମରାମତି ବେଳେ ଜଳିଗଲା ‘Ocean Melody’: ୨୦ ମୃତ, ୫ ନିଖୋଜ।