April 29, 2026

ଉମରକୋଟ ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରରିଯୋଗୀତା ଉଦଯାପିତ….

IMG-20250918-WA0024
Share

 

 

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ସ୍ଥାନୀୟ ବେହେଡା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ପରିସର ରେ ଗତ ଦୁଇ ଦିନ ଧରି ଏହି କ୍ରୀଡା ପ୍ରରୋଯୋଗୀତା ଚାଲିଥିଲା। ଗତ କାଲି ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ସୁଶୀଳା ମାଝୀ, ପୌର ପରିଷଦ ର ଅଧକ୍ଷା ଶ୍ରୀମତୀ ରାଧା ଭତ୍ରା, ସାଂସଦ ଙ୍କ ପ୍ରତିନିଧି ଶ୍ରୀ ରାମ ନାୟକ, ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ, ବେହେଡା ସରପଞ୍ଚ ଶ୍ରୀମତୀ ପ୍ରମିଳା ଗଣ୍ଡ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସରୋଜ କୁମାର ପାଢ଼ୀ, ୱାର୍ଡ ମେମ୍ବର ବାଳଚନ୍ଦ ଗଣ୍ଡ ଓ ଇନ୍ଦ୍ର ଗଣ୍ଡ ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଶ୍ରୀ ବିଧାନ ବିଶ୍ୱାସ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୁରୁଷତ୍ତମ ମାଝୀ ଏଥିରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ବ୍ଲକ କ୍ରୀଡା ପତାକା ଉତ୍ତଳନ କରିଥିବା ବେଳେ ପୌରପାରିଷଦ ଅଧ୍ୟକ୍ଷା କ୍ରୀଡା ଉତ୍ସବ ର ଆରମ୍ବ ଘେଷଣା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀ ଟୁଟୁ ବାବୁ ପଟ୍ଟନାୟକ ଓ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅଥିଥି ଭାବେ ଉମରକୋଟ ପରାପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ଅନୁଗୁଳିଆ, ପ୍ରଧାନ ଶିକ୍ଷଜ ଶ୍ରୀ ପ୍ରଫୁଲ୍ଲ ରାଉତ ଓ ଶ୍ରୀ ଅଭୟ ଚରଣ ନାୟକ, ଶ୍ରୀ ବିଧାନ ବିଶ୍ୱାସ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁ ସାହୁ,ମଂଚାସୀନ ହୋଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ ସଭାପତିତ୍ୱ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ସଫଳତା ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ଆରିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଯାଇଥିଲା। ଏଥିରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ ମାନେ ଆଗାମୀ ଦିନ ରେ ଜ଼ିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ। ଏହି କ୍ରୀଡା ପ୍ରତିଯୋଗିତା କୁ ବରିଷ୍ଟ କ୍ରୀଡା ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି, ପ୍ରଦୀପ ବିଶ୍ୱାସ, ଶ୍ରୀମତୀ ନିବେଦିତା ସ୍ୱାଇଁ ଓ ବ୍ଲକ ର ସମସ୍ତ କ୍ରୀଡା ଶିକ୍ଷକ ଓ ଅନୁଷ୍ଠାନର ସମସ୍ତ ଶିକ୍ଷକ ମାନେ ସହଯୋଗ କରିଥିଲେ ମାନେ ସହଯୋଗ