September 11, 2026

ନଦୀରେ ବୁଡି ଯୁବ ଚାଷି ଙ୍କ ମୃତ୍ୟୁ

IMG-20260911-WA0003
Share

 

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ । (ଉପାନ୍ତ ଖବର ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଗୁଣ୍ଡୁରିବାଡି ପଞ୍ଚାୟତ ଗହିରିବଡି ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା । ଜମିରେ ଚାଷ ସାରି ଶୌଚ ହେବାକୁ ନଦୀକୁ ଯାଇ ଥିବାବେଳେ ଗୋଡ଼ ଖସି ଯିବାରୁ ପାଣିରେ ଭାସିଯାଇ ଥିଲେ ଯୁବକ ଦିର୍ଘ ସମୟ ଖୋଜା ଖୋଜି କରିବାପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଧାର କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଗହିରିବାଡି ଗ୍ରାମର ସନ୍ତୋସ କୁମାର ନାୟକ (୫୫ ବର୍ଷ) ବୋଲି ଜଣାପଡ଼ିଛି । ସନ୍ତୋସ ଆଜି ଦିନ ପ୍ରାୟ ୧୧ ଘଣ୍ଟ ସମୟରେ ଭାସି ଯାଇଥିଲେ । ଘଟଣା ଜଣାପଡିବା ପରେ ଲୋକ ମାନେ ବହୁତ ଖୋଜାଖୋଜି କରି ଶେଷରେ ନଦୀର ଏକ ସ୍ଥାନରୁ ତାଙ୍କୁ ଉଧାର କରି ତୁରନ୍ତ ଭଞ୍ଜନଗର ଡାକ୍ତରଖାନା କୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ତୋସ ଙ୍କ ମୁତ୍ୟୁ ପରେ ପରିବାର ରେ ଶୋକର ଛାୟା ଖେଳିଯାଇଛି । ପରିବାର ପୁରା ଭାଙ୍ଗି ପଡିଛନ୍ତି ।