ରସୁଲପୁର ଅବଦୁଲ ରହିମ ହାଇସ୍କୁଲ ରେ ସପ୍ତମଶ୍ରାଣୀ ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ ..
ତିର୍ତ୍ତୋଲ ତା 10/9/2026 ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ, ରସୁଲପୁର ସ୍ଥିତ ଅବଦୁଲ ରହିମ୍ ହାଇସ୍କୁଲ ରେ, ସପ୍ତମଶ୍ରେଣୀ ରେ ପାଠ ପଢ଼ୁଥିବା ମାତ୍ର ତେରବର୍ଷ ବୟସ ର କୋମଳମତି ଛାତ୍ର ଶେଖ ନୱାଜ କୁ ଗତ ତା 8/9/2026 ତାରିଖ ଦିନ ସ୍କୁଲରେ ମଧ୍ୟାହ୍ନଭୋଜନ ଚାଲିଥିଲା ବେଳେ, ସେହି ଗ୍ରାମର, ଅନଓ୍ଵରୀ ବେଗମ୍ ନାମକ ଜଣେ ଦୁର୍ଦ୍ଦାନ୍ତ ମହିଳା, ବିଦ୍ୟାଳୟ ପରିସରରେ ପ୍ରବେଶ କରି, ମରଣାନ୍ତକ ଭାବେ ମାଡ ମାରିଥିବା ବିଷୟରେ, ଶେଖ ନୱାଜ ର ଅଭିଭାବକ ରହିମା ଖାତୁନ ଗତ ବୁଧବାରଦିନ ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ହାତ ଓ ବେକରେ କ୍ଷତହୋଇ ଗୁରୁତ୍ତର ଆହତ ହେବାପରେ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଶୁଚିକିତ୍ସା ପରେ ଆହତଛାତ୍ର ଟି ନିଜଘରେ ରହି ଚିକିତ୍ସିତ ହେଉଛନ୍ତି l ତିର୍ତ୍ତୋଲ ପୋଲିସ ଅଭିଯୋଗ କୁ ଭିତ୍ତି କରି ଭାରତୀୟ ଦଣ୍ଡବିଧି ଆଇନ ର ଧାରା 115(2),351(2)BNS /2023, ଏବଂ ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ ଚିଲଡ୍ରେନ act 2015 ଧାରା 75 ଅନୁସାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ସୂଚନା ମିଳିଥିବା ବେଳେ, ଆକ୍ରମଣ କାରିଣୀ ଙ୍କ ସମ୍ପର୍କୀୟ ବିଦେଶରେ ଥାଇ ଏତେଲା ଉଠେଇ ଆଣିବାକୁ ଅଭିଯୁକ୍ତଙ୍କୁ ଧମକ ଦେଉଛନ୍ତି ବୋଲି ଶୁଣିବାକୁ ମିଳିଛି lଯେବେ କେଶ ନ ଉଠାନ୍ତି ତେବେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିବାରୁ ଅଭିଯୋଗକାରିଣୀ ନିଜର ପରିବାରର ଜୀବନ ପ୍ରତି ବିପଦ ଥିବାର ପ୍ରଶାସନ ପାଖରେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି l ଆହତ ଛାତ୍ର ର ପରିବାର ତରଫରୁ ଜିଲ୍ଲା ଚାଇଲଡ ଲାଇନ ଅଧିକାରୀଙ୍କୁ ଅବଗତ କରିଥିଲେ ବି ଆହତ ଛାତ୍ର କୁ ଦେଖିବାକୁ ନ ଆସିବାରେ,ତାଙ୍କର ଅନୁଉପସ୍ଥିତି କୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।ଏଠାରେ ସୂଚନା ଯୋଗ୍ୟ ଯେ, ସମ୍ପୃକ୍ତ ଆକ୍ରମଣକାରିଣୀ ମହିଳା ଜଣକ ଅତି ଦୁର୍ଦ୍ଦାନ୍ତ ଓ ଭୟଙ୍କର କ୍ରୋଧୀ ହୋଇଥିବାରୁ ପୂର୍ବରୁ ଏପରି ଘଟଣା ଘଟାଇ ଚର୍ଚ୍ଚାକୁ ଆସିଥିଲେ ! ଚର୍ଚ୍ଚା ହେଉଛି ବିଦ୍ୟାଳୟ କୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଉଥିବା ବେଳେ ଜଣେ ପବ୍ଲିକ ମହିଳା ବିଦ୍ୟାଳୟ ଭିତରକୁ ପ୍ରବେଶ କରି ଆକ୍ରମଣ କରିବାକୁ ସାହସ ଦେଲା କିଏ ? ଦେଖିବାକୁ ରହିଲା ପୋଲିସ ପ୍ରଶାସନ ର ପଦେକ୍ଷେପ ରହୁଛି କଣ ?ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
