ସଂକୁଳ ସ୍ତରୀୟ ସ୍ବଦେଶୀ ବୈଠକ ଅନୁଷ୍ଠିତ
ଅଦ୍ୟତା.୧୦-୦୯-୨୦୨୬ରିଖ ଗୁରୁବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭେଡେନ ସଂକୁଳ ସ୍ତରୀୟ ସ୍ବଦେଶୀ ବୈଠକ ସଂକୁଳ ପ୍ରମୁଖ ଡା.ବିବେକାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତା ତଥା ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ସଂକୁଳ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ୯ଜଣ ସ୍ବଦେଶୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ନରେନ୍ଦ୍ର ରଣା,ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ଓ ସ୍ଥାନୀୟ ବିଦ୍ୟାଳୟର ଗୁରୁମା, ଗୁରୁଜୀ ଓ ସେବିକା ସାହାଯ୍ୟ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଧର ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ବୈଠକରେ ବିଦେଶୀ ଦ୍ରବ୍ୟ ବର୍ଜନ ତଥା ସ୍ବଦେଶୀ ଦ୍ରବ୍ୟ ଗ୍ରହଣ କରିବା ବିଷୟରେ ଆଲୋଚନା କରାଯାଇଥିଲା।ପରିଶେଷରେ ଶ୍ରୀଯୁକ୍ତ ଅଶୋକ କୁମାର ଧର ଧନ୍ୟବାଦ ଅର୍ପଣ କରିଥିଲେ।
