September 13, 2026

ରାଷ୍ଟ୍ରପତି ଭବନରେ ନୂଆଁଖାଇ ଭେଟଘାଟ ବରଗଡ଼ର କଳାଜୀବୀ ପରିଷଦର ୧୪ ଜଣିଆ ଦଳ ଦିଲ୍ଲୀ ଯାତ୍ରା କଲା

IMG-20260913-WA0040
Share

 

 

ସମ୍ବଲପୁର, ୧୩.୦୯: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ନୂଆଁଖାଇ ଭେଟଘାଟ ଆୟୋଜିତ ହେବ। ଏଥିରେ ପଶ୍ଚିମ ଓଡ଼ିଶାର ଲୋକକଳା ଓ ସମ୍ବଲପୁରୀ ସଂସ୍କୃତି ପରିବେଷଣ କରିବେ ବରଗଡ଼ର କଳାଜୀବୀ ପରିଷଦର କଳାକାରମାନେ।

 

ଦିଲୀପ କୁମାର ସାହୁଙ୍କ ନେତୃତ୍ୱରେ ୧୪ ଜଣିଆ କଳାକାର ଦଳ ରବିବାର ବରଗଡ଼ରୁ ଦିଲ୍ଲୀ ଯାତ୍ରା କରିଛି। ଭୁବନେଶ୍ୱରରୁ ବିମାନ ଯୋଗେ ଦଳ ନୂଆଦିଲ୍ଲୀ ପହଞ୍ଚିବ।

 

କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ, ଗୀତ ଓ ବାଦ୍ୟ ପରିବେଷଣ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଝଲକ ଦେଖାଯିବ। ଦଳରେ ପଦ୍ମଶ୍ରୀ ଖଟେଇଙ୍କ ସମେତ ସୁରେନ୍ଦ୍ର ଖଟେଇ, ଦମୟନ୍ତୀ ଖଟେଇ, ପ୍ରତିମା ସାଗର, ସୁବଳ ହରିପାଳ, ଚକ୍ର ଧୂରୁଆ ଓ ଦେବାଶିଷ ସାଗରଙ୍କ ଭଳି ବିଶିଷ୍ଟ କଳାକାର ସାମିଲ ଅଛନ୍ତି। ରାଷ୍ଟ୍ରପତି ଭବନରେ ଏହି ପ୍ରଦର୍ଶନ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ପାଇଁ ଏକ ଗୌରବମୟ ଅବସର ହେବ।

You may have missed