ଉମରକୋଟ ଠାରେ ଭାଜପା ର ସ୍ବଚ୍ଛତା ଅଭିଯାନ ଓ ମୋଦି ଜି ଙ୍କ ଜନ୍ମ ଉସ୍ଛବ ପାଳନ………..

IMG-20250918-WA0011
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗର ମଣ୍ଡଳ ଭାଜପା କାର୍ଯ୍ୟାଳୟ ଠାରେ ସନ୍ଧ୍ୟା ୬.୦୦ଘଣ୍ଟିକା ସମୟରେ ଜସସ୍ବି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା

୧୭ସେପ୍ଟେମ୍ବର ମୋଦିଙ୍କ ଜନ୍ମ ଦିନ ଥିବା ହେତୁ ଏହି ଅବସରରେ ଚଳିତ ମାସ ୧୭ ତାରିଖ ଠାରୁ ୨ଅକ୍ଟୋବର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଏହି ୧୬ଦିନ ପାର୍ଟିର “ସେବା ପକ୍ଷ” ଦିବସ ରୁପେ ବିଭିନ୍ନ କାର୍ଯ୍ୟକ୍ରମ ପାଳିବାର ନିର୍ଦ୍ଦେଶ ରହିଛି, ତନ୍ମଧ୍ୟରୁ ବୁଧବାର ସକାଳ ୭.୦୦ଘଣ୍ଟିକା ସମୟରେ ନଗର ମଣ୍ଡଳ ର ସମସ୍ତ କାର୍ଯ୍ୟକର୍ତା ନୂତନ ବସଷ୍ଟେଣ୍ଡ ଠାରେ ସ୍ବଚ୍ଛତା ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ କରିଥିଲେ ଏବଂ ସନ୍ଧ୍ୟା ରେ କାର୍ଯ୍ୟାଳୟ ଠାରେ ମୋଦି ଜି ଙ୍କ ଜନ୍ମ ଦିନ ପାଳନ କରିଥିଲେ ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକର୍ତା ଓ ନେତୃ ବୃନ୍ଦ ମୋଦି ଜି ଙ୍କ ଜୀବନୀ ଉପରେ ନିଜ ନିଜ ବକ୍ତବ୍ୟ ଦେଇ ପରସ୍ପର ମଧ୍ୟରେ ମିଠା ବାଣ୍ଟି ଅତି ଶ୍ରଦ୍ଧାରସହ ଜନ୍ମ ଦିନ ପାଳନ କରିଥିଲେ । ଏହି ସଭାରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ମୋଦି ଙ୍କ ଜୀବନୀ ଉପରେ ଆଧାରିତ କାହାଣୀ ସହ ତାଙ୍କ ସରକାରରେ ବିଭିନ୍ନ ଦେଶ ହିତକର କାର୍ଯ୍ୟ କରିଥିବା ଓ ଜୀବନରେ ତାଙ୍କରି ଜୀବନୀ ରୁ ପ୍ରେରଣା ନେବା ଉଚିତ୍ କହି କାର୍ଯ୍ୟକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ସଭାରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦଙ୍କ ପ୍ରତିନିଧି ରାମ ନାୟକ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଶୁରେସ ଆଚାର୍ଯ୍ୟ, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ଜିଲ୍ଲା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ମୋଦି ଜି ଙ୍କ ଜୀବନୀ ଉପରେ ନିଜ ନିଜ ର ଅଭିଭାଷଣ ରଖିଥିଲେ ।ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ ସଭା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।