April 29, 2026

ଉମରକୋଟ ଅଧିଷ୍ଠାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ଶିରା ବଲ୍ଲଭ ମାଳିଙ୍କ ଦେହାନ୍ତ………

IMG-20250918-WA0012
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ଶିରା ବଲ୍ଲଭ ମାଳିଙ୍କ ଦେହାନ୍ତ ଘଟିଛି । ଗତ ରାତି ପ୍ରାୟ ୨ ଟା ସମୟରେ ଗୁଲିପାଟଣା ସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସମଗ୍ର ନବରଙ୍ଗପୁର ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବସ୍ତର, କଣ୍ଡାଗାଁ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଶିରା ଙ୍କ ଶେଷ ଦର୍ଶନ ପାଇଁ ଶହ ଶହ ଲୋକ ଉପସ୍ଥିତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବଲ୍ଲଭ ମାଳି ହେଉଛନ୍ତି ମାଁ ପେଣ୍ଡ୍ର।ଣୀ ଙ୍କ ଶିରା। ତେଣୁ ଏହି ଅଞ୍ଚଳ ର ଲୋକେ ତାଙ୍କୁ ବହୁତ ଭକ୍ତି ଓ ସମ୍ମାନ ସହ ପୂଜା କରନ୍ତି। ସ୍ଥାନୀୟ ବାରପାଲି ଓ ଛତିଶଗଡ ଅଞ୍ଚଳ ର ଯେ କୌଣସି ଯାନି ଯାତ୍ରା ପୂଜା ପାର୍ବଣ ହୁଏ ଲୋକେ ଶିରା ପାଖ କୁ ଆସନ୍ତି । ମାଁ ପେଣ୍ଡ୍ରାଣୀ ଶିରା ଙ୍କ ଦେହ ରେ ଆବିର୍ଭାବ ହେଇ ନିର୍ଦ୍ଧେଶ ଦିଅନ୍ତି। ମାଁ ଙ୍କ ଯାତ୍ରା ଦିନ ବଲ୍ଲଭ ଶିରା କଣ୍ଟା ଦୋଳିରେ ଝୁଲି ଆଶୀର୍ବାଦ କରି ଭକ୍ତ ଙ୍କ ମନୋସ୍କାମନା ପୂର୍ଣ୍ଣ କରନ୍ତି ନବ ଦିନ ଯାତ୍ରା ସମୟ ରେ ମଧ୍ୟ ମାଁ ଙ୍କ ବହୁ ଗୁରୁତ୍ୱ ରହିଛି। ଶିରା ବଲ୍ଳଭ ମାଳି ଙ୍କ ଶେଷ ଦର୍ଶନ ପାଇଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ବରିଷ୍ଠ ନେତା ଜୟ ଦେବ କୁମାର ପରିଡ଼ା, ପୂର୍ବତନ ନଗରପାଳ ପି. ରାବଣା ରାଓ, ଝାଡେଶ୍ବର ମହାନ୍ତି ପ୍ରମୁଖ ଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

You may have missed