ବଙ୍ଗଳାଦେଶରେ ହିନ୍ଦୁ ଦେବା ଦେବୀ ପୋଡି ଓ ହିନ୍ଦୁଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ନେଇ ରାୟଗଡା ସ୍ଥାନୀୟ ବାସିନ୍ଦାଙ୍କ ଶୋଭାଯାତ୍ରା 

IMG-20240818-WA0009
Share

 

ରାୟଗଡା :ରାୟଗଡ ଜିଲ୍ଲାରେ ବର୍ତ୍ତମାନ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ଅସୁରକ୍ଷିତ ମଣୁଛନ୍ତି ଜିଲ୍ଲାବାସୀ। ପଡୋଶୀ ଦେଶ ବଙ୍ଗଳା ଦେଶର ଯେଉଁ ରାଜନୈତିକ ଅସ୍ଥିରତା ଯୋଗୁଁ ଆମ ଦେଶରେ ଯେଉଁ ଭଳି ଭାବରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଳାର ବୁଦ୍ଧିଜୀବି ।ପଡୋଶୀ ବଙ୍ଗଳା ଦେଶରେ ଯେଉଁ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି ସେଥିରେ ପ୍ରଭାବିତ ହୋଇଛି ଆମ ଜିଲ୍ଲା। ଏ ନେଇ ରାୟଗଡ଼ ଜଗନ୍ନାଥ ସୁରକ୍ଷା ମଞ୍ଚ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେସ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ ମୁଖ୍ୟତଃ ଦୁଇଟି ଦାବି ରହିଛି । ପ୍ରଥମଟି ଅଣ ଓଡ଼ିଆଙ୍କ ଆରାଧ୍ୟ ତଥା ସାରା ବିଶ୍ଵର ଦେବତା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହଙ୍କୁ ଜାଳିଦେବା ସହ ଅନେକ ଦେବାଦେବୀଙ୍କ ମନ୍ଦିର ଧ୍ଵଂସ କରିବାରେ ଲାଗିଛନ୍ତି ଏହି ପଡୋଶୀ ବଙ୍ଗଳା ଦେଶର ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟ । ଯାହାକି ହିନ୍ଦୁ ଧର୍ମାବଲମ୍ବୀଙ୍କ ପରିବାରର ମହିଳା, ଝିଅ ବୋହୁଙ୍କ ଉପରେ ଅତ୍ୟାଚାର କରିବା ସହ ଧର୍ଷଣ ଭଳି ଘୃଣ୍ୟ କାର୍ଯ୍ୟ କରି ହତ୍ୟା କରିଥିବା ନେଇ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି ।ଏହାକୁ ନେଇ ରାୟଗଡ଼ ଜଗନ୍ନାଥ ସୁରକ୍ଷା ମଞ୍ଚ ଆମ ଦେଶର ପ୍ରଧାନମନ୍ତ୍ରୀ କୁଟନୈତିକ ବ୍ୟବସ୍ଥା ଗ୍ରହଣ କରି ଉକ୍ତ ପଡୋଶୀ ଦେଶ ସହ ସମ୍ପର୍କ ଛିନ୍ନ କରିବାକୁ ଦାବି କରାଯାଇଅଛି । ଦ୍ବିତୀୟତଃ ଆମ ଜିଲ୍ଲାରେ ବିଭିନ୍ନ ଗାଁ ଗହଳି ଓ ସହରରେ ପରିଚୟ ନଥାଇ ଯେଉଁ ଅନୁପ୍ରବେଶକାରୀ ରୋହିଂଗ୍ଯା ମାନେ ବସବାସ କରୁଛନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଯାଞ୍ଚ କରି ଜିଲ୍ଲାରୁ ବିତାଡିତ କରିବା ନେଇ ଦାବି କରିଛି ଏହି ମଞ୍ଚ । ଏ ନେଇ ଜଗନ୍ନାଥ ସୁରକ୍ଷା ମଞ୍ଚ ତରଫରୁ ରାୟଗଡା ନଗର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ମୁଖ୍ୟ ବଜାର ତାପରେ ବ୍ଲକ ଅଫିସ ଛକ ଦେଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶହଶହ ସ୍ଥାନୀୟ ବାସିନ୍ଦା ମଞ୍ଚର ଆବାହକ ଡ ବାଦଲ କୁମାର ତାଙ୍କ ନେତୃତ୍ୱରେ ପହଞ୍ଚିଥିଲେ | ଡକ୍ଟର ତା କହିଛନ୍ତି ଯେ ବାଙ୍ଗଳାଦେଶରେ ହିନ୍ଦୁଙ୍କ ଉପରେ ହେଇଥିବା ଅତ୍ୟାଚାରକୁ ଭାରତର କୌଣସି ହିନ୍ଦୁ ବରଦାସ୍ତ କରିପାରୁନି ତାସହ ଜ଼ିଲ୍ଲାରେ ବଢୁଥିବା ଅନୁପ୍ରବେଶକାରିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ତେଣୁ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଆବଶ୍ୟକ ରହିଛି । ଏହି ଦାବି ପତ୍ର ପ୍ରଦାନ ଦେବା l ସମୟରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ରଞ୍ଜନ ରଥ,ରଶ୍ମି ରଞ୍ଜନ ଦୋରା,ଦୀପକ ପୃଷ୍ଟି,ରବୀନ୍ଦ୍ର ପାଟଖଣ୍ଡାଲ,ବିଜୟ ଦାଶ୍,ଶ୍ୟାମ କୁମାର ଦାଶ,ବିଦ୍ୟା ଭୂଷଣ ପଣ୍ଡା,ଯୋଗେଶ୍ୱର ଦାସ,ଗଣେଶ ସାହୁ, ଏମ ବିଦ୍ୟା ସାଗର ପ୍ରମୁଖ ଉପସ୍ଥିତ ରହିଥିଲେ। ସେଇପରି ଅନ୍ୟ ସଂଗଠନ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶଙ୍କର ପ୍ରଧାନ, ପ୍ରଭାତ ମହାପାତ୍ର, ଭାଜପାର ଶିବ ପଟ୍ଟନାୟକ, ବସନ୍ତ ଉଲ୍ଲାକା,ଟି ନାଗରାଜୂ, ରାଜେଶ ପାଣିଗ୍ରାହୀ, ସୁଶାନ୍ତ ମିଶ୍ର, ଚିଣ୍ଟୁ ଚୌଧୁରୀ,ରାମ ନବମୀ ଉତ୍ସବ କମିଟିର ଅଜୟ ଚୂଲେଟ, ଅଜୟ ବାବୁ ଓ ବରିଷ୍ଠ ଓକିଲ ବ୍ରଜ ନାୟକ ବରିଷ୍ଠ ବୁଦ୍ଧିଜୀବୀ ଡି କେ ମହାନ୍ତିଙ୍କ ସମେତ ଅନେକ ମାନ୍ୟଗଣ ଉପସ୍ଥିତ ଥିଲେ |

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed