ବିଦ୍ୟାଳୟରୁ ଚୋରି ବେଳେ ପ୍ରଧାନ ଶିକ୍ଷକ ଓ ସଭାପତିଙ୍କୁ ଧରିଲେ ଗ୍ରାମବାସୀ

ବୁଗୁଡ଼ା : ତା ୧୮/୦୫/୨୬ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମସ୍ଥ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି ବେଳେ ମାଡ଼ିବସିଲେ ଗ୍ରାମବାସୀ। ସୂଚନା ଅନୁସାରେ ସନ୍ଧ୍ୟା ୫ଘଣ୍ଟ ସମୟରେ ବିଦ୍ୟାଳୟ ଭିତରେ କିଛି ଭାଙ୍ଗିବାର ଶବ୍ଦ ଶୁଣି କେତେକ ଗ୍ରାମବାସୀ ବିଦ୍ୟାଳୟକୁ ଯାଇ ଦେଖିଲାବେଳେ ବିଦ୍ୟାଳୟ ଫାଟକ ଖୋଲା ରହିଛି ଏବଂ ବିଦ୍ୟାଳୟ ଭିତରେ ଦୁଇଜଣ ବ୍ୟକ୍ତି ବସ୍ତା ଭିତରେ କିଛି ଜିନିଷ ଭର୍ତ୍ତିକରୁଛନ୍ତି। ଲୋକେ ପାଖକୁ ଯାଇ ଦେଖିଲାବେଳକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ସେନାପତି ବିଦ୍ୟାଳୟ ଖୋଲି ପିଲାଙ୍କ ରୋଷେଇ ପାଇଁ ବ୍ୟବହୃତ ରସ ସାମଗ୍ରୀଗୁଡିକୁ ବସ୍ତାରେ ଭର୍ତ୍ତି କରିଥିବାବେଳେ କମ୍ପ୍ୟୁଟର ରୁମରୁ ଏକ ଫ୍ୟାନ ଖୋଲି ରଖିଥିଲେ। ଏ ନେଇ ଗ୍ରାମବାସୀ ପଚାରିବାରୁ ସେ ଦୁହେଁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା ବେଳେ ଗ୍ରାମବାସୀ ବୁଗୁଡ଼ା ପୋଲିସକୁ ଖବର ଦେଇଥିଲେ l ବୁଗୁଡ଼ା ପୋଲିସ ଏଏସଆଇ ବାପୁଜୀ ଖଣ୍ଡଗିରି ଘଟଣା ସ୍ଥଳରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ତାଗିଦ୍ କରିବା ସହ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିକୁ ଡକାଇ ଏହାର ବିଚାର କରିବାପାଇଁ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ସାଧାରଣରେ ନିନ୍ଦା ପ୍ରକାଶ ପାଇଥିବାବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାଡ଼ ଯଦି ଫସଲ ଖାଇବ ଫସଲ ସୁରକ୍ଷା ଦବ କିଏ?
