June 8, 2026

ଜିଲ୍ଲାପାଳଙ୍କ ଜନଶୁଣାଣୀ ଅଭିଯୋଗ

IMG-20260518-WA0032
Share

 

ବୋରିଗୁମ୍ମା ୧୮. ୦୫. ୨୬ ବୋରିଗୁମ୍ମା ବ୍ଳକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନଶୁଣାଣୀ କରିଥିଲେ। କୋଟପାଡ଼ ବ୍ଲକର ପିପିଲା ହାଣ୍ଡି ଗ୍ରାମରେ ଅନିୟମିତତା ରେ ଚାଲୁଥିବା ଆର ଏମ ସି ପିଣ୍ଡି ବନ୍ଦ କରିବା ପାଇଁ ଚାଷୀ ଅଭିଯୋଗ କରିଥିଲେ. ଜନଶୁଣାଣୀ ରେ ମୋଟ ୪୧ ଗୋଟି ଅଭିଯୋଗ ଆସିଥିଲା।ସେଥି ମଧ୍ୟରୁ ୨୧ ଟି ଅଭିଯୋଗ ବ୍ୟକ୍ତିଗତ ରହିଥିବା ବେଳେ ୨୦ ଟି ଅଭିଯୋଗ ସାମୁହିକ ରହିଥିଲା।ଶେଷରେ ଜିଲ୍ଲାପାଳ ୨୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଏକ କୋଟି ୫୮ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରିଥିଲେ। ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର ଶୋଭନ କୁମାର ବେହେରା, ବ୍ଳକ ଅଧ୍ୟକ୍ଷା ଦିପ୍ତୀମୟୀ ନାୟକ, ପୋଲିସ ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା, ଥାନା ଆଇଆଇସି ରାମାନନ୍ଦ ସାହୁ. ଆଇ ଟି ଡ଼ି ଏ ପିଏ ଶ୍ରୀମତୀ ତୃପ୍ତି ବରାଇ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ରେ ଉପସ୍ଥିତ ଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର