May 10, 2026

ନିଦୀ ଗାଁ ମୌଜାରେ ଥିବା ଅନାବାଦି ସ୍ଥାନ ଚିହ୍ନଟ କରିବା ପାଇଁ ତହସିଲଦାର ଓ ବିଡ଼ିଓ ଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ..

IMG-20250318-WA0034
Share

 

 

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ର ଚିତ୍ରା ପଞ୍ଚାୟତ ଅଧିନ ରେ ଥିବା ନଦୀ ଗାଁ ମୌଜା ରେ ଥିବା ସରକାରୀ ଜଙ୍ଗଲ ଜମି ମାପି ଚିହ୍ନଟ କରିବା ପାଇଁ ତହସିଲଦାର ଶ୍ରୀ ମହାନ୍ତି ନୀଳକଣ୍ଠମ ଙ୍କୁ ଲିଖିତ ଜଣାଇଥିବାର ଜଣାଯାଇଛି I ଉକ୍ତ ଗ୍ରାମ ରେ ଜବରଦଖଲକାରି ଙ୍କ ଜବରଦଖଲ ଯୋଗୁଁ ଗୋରୁ ଚୋରାଇବା ମଧ୍ୟ ଜାଗା ଖଣ୍ଡେ ରହୁ ନାହିଁ I ତେଣୁ ତୁରନ୍ତ ଚି଼ହ୍ନଟ କରିବା ପାଇଁ ଦରଖାସ୍ତ ରେ ଉଲ୍ଲେଖ ଥିବାର ଜଣାଯାଇଛି।ଦରଖାସ୍ତ ପ୍ରଦାନ ସମୟ ରେ କଂଗ୍ରେସ ର ନେତା ଘନଶ୍ୟାମ ବିଶୋଇ ଙ୍କ ନେତୃତ୍ୱ ରେ ସରପଞ୍ଚ ସନମତି ଗାଦବା, ଭଗବାନ ହରିଜନ,ଫଗୁଣ ନାୟକ,ଗୋବରୁ ଭୂମିଆ.ଦୁର୍ଯ୍ୟୋଧନ ବିଶୋଇ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିବାର ଜଣାଯାଇଛି। ଏହି ବିଷୟ ରେ ବିଡ଼ିଓ ଙ୍କୁ ମଧ୍ୟ ଲିଖିତ ଜଣାଇ ଥିବାର ସରପଞ୍ଚ ଶ୍ରୀମତୀ ଗଦବା ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି।

(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ)